ଗାଧୋଇବାକୁ ଯାଇ ନିଖୋଜ

0 2

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥୀନା ସାମସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ ନିକଟସ୍ଥ ନାଳକୁ ଗାଧେୀଇବା କୁ ଯାଇ ଆଉ ଘରକୁ ଫେରିନଥିବା ଥାନାରେ ଅଭିଯୋଗ ହେଇଛି  Iସୂଚନା ଯୋଗ୍ୟ ଯେ, ଗତ ରବିବାର ସକାଳେ ଭୀମସେନ ଗ୍ରାମ ନିକଟସ୍ଥ ନାଳ କୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ I ଘରକୁ ନଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ବହୁତ ଖୋଜା ଖୋଜି କରିବା ପରେ ସୋମବାର ସଂନ୍ଧ୍ୟା ରେ ପରିବାର ପକ୍ଷରୁ ରେଢାଖୋଲ ଥାନାରେ ଅଭିଯୋଗ କରାଯାଇଛି I ପୁଲିସ୍ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡୁଛି I

Leave A Reply

Your email address will not be published.