ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ । ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ବୁଗୁଡା ମାଳିଝୋଳା ମନ୍ଦିର ପରିସରରେ ସଙ୍ଗଠନର ସଭାପତି ସୁରେନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ବଜାୟ ରଖି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟାବାଡ଼ି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇ ଆସୁଥିବା ଜଣେ ଶିକ୍ଷୟିତ୍ରୀ କରୋନା ପଜିଟିଭ ଚିହ୍ନଟ ପାଇଥିବା ଖବର ଜାଣିବା ପରେ ସଭାରେ ଉଦବେଗ ପ୍ରକାଶ ପାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବୀ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ କୋଭିଡ ୧୯ ପାଇଁ କାର୍ଯ୍ୟ କରି କରୋନା ମହାମାରୀରେ ସଂକ୍ରମଣ ହେଲେଣି। ସରକାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଜୀବନକୁ ଗୁରୁତ୍ୱ ଦେଉନଥିବା ଯୋଗୁଁ କ୍ଷୋଭ ପ୍ରକାଶ ପାଇଥିଲା। ତୁରନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ୫୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରିବାବୁ ଦାବୀ ଜଣାଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ପ୍ରଧାନ, ସମ୍ପାଦକ ମାନସ ରଞ୍ଜନ ସେଠୀ, ସହ ସମ୍ପାଦକ ପିତାମ୍ବର ଗୌଡ଼, ବ୍ଲକ ସଂଯୋଜନା ଭବାନୀ ପାତ୍ର ଓ ବାୟା ସେଠୀ, ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ସେଠୀ,ସମୀକ୍ଷକ ସନ୍ତୋଷ କୁମାର ସ୍ଵାଇଁ, ମିଡିଆ ପ୍ରତିନିଧି ଗୁରୁଚରଣ ନାୟକ ଓ ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ନିରଞ୍ଜନ ଗୌଡ଼ ଓ ଗୋପାଳ କୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post