ମୃତ୍ୟୁ ଏମିତି ବି ଆସେ : ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ଯାଆ

0

 ବାରିପଦା (ଶାସକ ପ୍ରଶାସକ) : ମୃତ୍ୟୁ ବି ଏମିତି ଆସେ। ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ ଯାଆ। ଆଜି ଏମିତି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଘଟିଛି। ମୋରଡ଼ା ଥାନା ମାକୁନ୍ଦ ଗାଁର ସାଲେପା ହାଁସଦା ଓ ଯମୁନା ହାଁସଦା ସମ୍ପର୍କରେ ଦୁଇ ଯାଆ। ଆଜି ସକାଳେ ସେମାନେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ବୈଠକ ଯୋଗଦେବାକୁ ଯାଇଥିଲେ। ମଧ୍ୟାହ୍ନରେ ବୈଠକରୁ ଘରକୁ ଫେରି ଉଭୟ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ଉଭୟେ ଘରକୁ ଫେରିନଥିଲେ। ଏହା ପରେ ପରିବାର ଲୋକେ ଦୁଇ ଯାଆଙ୍କୁ ପୋଖରୀରୁ ଉଦ୍ଧାର କରି ୧୦୮ ଆମ୍ୱୁଲାନ୍ସରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.