ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିବା ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ଏମଜିନରେଗା ଯୋଜନା ଅନ୍ତର୍ଗତ ତାଲପାଲି ମିନିଷ୍ଟାଡିୟମ ପରିସରରେ ପାଚେରୀ ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରକୁ କାମକରିବାକୁଯାଇ ପ୍ରବାସୀ ଓଡିଆ ମାନେ ପଞ୍ଚାୟତର କୁ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିବା ବେଳେ ସ୍ଥାନୀୟ ସରପଞ୍ଚ ତାଙ୍କୁ ପୁନଶ୍ଚ ରୋଜଗାରକ୍ଷମ କରିବାପାଇଁ ଏକପଦକ୍ଷେପ ନେଇ ଏମଜିନରେଗା ଯୋଜନା ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଗାଇସିଲେଟ ବିଡିଓ ନିରଞ୍ଜନ ସା,ଏବିଡିଓ ପ୍ରିତିଶ କୁମାର ଦରୱାନ, ଫରେଷ୍ଟର ଖେଳପ୍ରିୟ ସାହୁ, ତାଲପାଲି ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ସାହୁ, ଜିଆରଏସ ସୁଦର୍ଶନ ବେହେରା, ଏପିଓ ଅନୁପମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଉପଜିଲ୍ଲାପାଳ ମହୋଦୟ ନିଜଭିଟାମାଟି ତଥା ଜନ୍ମ ମାଟିକୁ ଛାଡି ରାଜ୍ୟ ତଥା ରାଜ୍ୟ ବାହାରକୁ କାମକରିବାକୁ ନ ଯିବାପାଇଁ ପ୍ରେରଣା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.