ଦୁଷ୍କର୍ମ ଅଭିଯୁକ୍ତ ମାମୁଁକୁ ଧଇଲା ପୋଲିସ

0

 ବଡ଼ବିଲ (ଶାସକ ପ୍ରଶାସକ) ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁ  ଦୁଷ୍କର୍ମ କରିଥିବା ଅଭିଯୋଗ ଘଟଣାରେ ପୋଲିସ ମାମୁଁକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ପବିତ୍ର ନାଏକ ଓରଫ ପିଣ୍ଟୁ।  ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁରେ ଗତ ଶନିବାର ଏହି ଅଭାବନୀୟ ଘଟଣା ଘଟିଥିଲା। ଏନେଇ ଗତକାଲି ସଂଧ୍ୟାରେ ପୀଡ଼ିତାଙ୍କ ପରିବାର ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଗତ ଶନିବାର ପିଡ଼ୀତା ଶିଶୁକନ୍ୟା ଅନ୍ୟ ପିଲାଙ୍କ ସହ ଘରପାଖରେ ଖେଳୁଥିବା ସମୟରେ ସଂପର୍କୀୟ ମାମୁଁ ତାକୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲା। ଆଜି ଅପରାହ୍ନରେ ଘଟଣା ପରେ ଫେରାର ଥିବା  ଅଭିଯୁକ୍ତ ପିଣ୍ଟୁକୁ ପୋଲିସ ଟଂଟୋ ନିକଟରୁ ଗିରଫ କରିଥିବାର ସୂଚନା ମିଳିଛି।

 

Leave A Reply

Your email address will not be published.