ହାଟଡିହି(ମଜରଧ୍ବଜ ଜେନା) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠିଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକା ରେ ସ୍ଥାନ ପାଇଛନ୍ତି. ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ନୂତନ ଟିମ ରେ ତାଙ୍କୁ ସ୍ଥାନ ମିଳିଛି. ଜଣେ ଦକ୍ଷ ଯୁବ ସଂଗଠକ ଭାବେ ଆଲୋକ ଜଣାଶୁଣା ଅଟନ୍ତି. ବିଭିନ୍ନ ସମୟ ରେ ଗରିବ ଲୋକଙ୍କୁ ହକ ଓ ନ୍ୟାୟ ପ୍ରଦାନ ଦାବି ରେ ଲଢେଇ କରି ସେ ବେଶ ପରିଚିତ ହୋଇଛନ୍ତି. ତାଙ୍କ ଘର ହାଟଡିହି ବ୍ଲକ ଅଞ୍ଚଳ ରେ ଅଟେ. ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସ୍ଥାନ ମିଳିବା ପରେ ହାଟଡିହି ଓ ଆନନ୍ଦପୁର ଅଞ୍ଚଳ ର ପ୍ରଶାନ୍ତ ମହାପାତ୍ର,ରାମଚନ୍ଦ୍ର ସାହୁ,ଟିକି କିସ୍କୁ, ହରମୋହନ ଶାସିନ, ନିରାକାର ଦଳେଇ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବଳଭଦ୍ର ବାରିକ, କୈଳାଶ ସାମଲ, ଗୋଲଖ ଜେନା, ରାଜେଶ ସେଠି,ମଧୁସୂଦନ ରାଉତ, ସନ୍ତୋଷ ପରିଡା, ଜଗା ଦେବତା, ରମାକାନ୍ତ ଭୋଇ, ଶଶିକାନ୍ତ ରାଉତ ପ୍ରମୁଖ ଙ୍କ ସମେତ ବିଭିନ୍ନ ମଣ୍ଡଳ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି. ଆଗକୁ ସଂଗଠନ ଅଧିକ ରୁ ଅଧିକ କିପରି ବୃଦ୍ଧି ହେବ ସେ ନେଇ ପ୍ରାଥମିକତା ଦେବେ ବୋଲି ଆଲୋକ କହିଥିବା ବେଳେ ରାଜ୍ୟ ବିଜେପି ସଭାପତି ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି.
Sign in
Sign in
Recover your password.
A password will be e-mailed to you.
Prev Post