ଭାଲୁ ଆକ୍ରମଣରେ ୨ ଜଣ ମୃତ, ଜଣେ ଆହତ

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଣିଆଁବନ୍ଧ ଗ୍ରାମ ରେ ଭାଲୁ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ , ରେଢାଖୋଲ ବ୍ଲକ୍ ବଡବାହାଳ ରେଞ୍ଜ ର  ବଣିଆଁବନ୍ଧ ଗ୍ରାମରେ ୫ ଜଣ ବ୍ୟକ୍ତି  ମହୁଖାଇବା ପାଇଁ ଟାଲ ଗ୍ରାମର ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଯାଇଥିଲେ। ସେଇ ସମୟରେ ଭାଲୁଟି ୨ଜଣ ବ୍ୟକ୍ତିଙ୍କୁ ମାରି ଦେଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ରେଢାଖୋଲ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣା ପଡିଛି। ଆଉ ୨ ଜଣ ବ୍ୟକ୍ତି ଗଛ ଉପରକୁ ଚଢି ଜୀବନ ରକ୍ଷା କରିଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଦୁଇ ଜଣ ହେଲେ ଚେରୁ ମୁଣ୍ଡା ଏବଂ କୃଷ୍ଣ ମୁଣ୍ଡା  ବୋଲି ଜଣା ପଡିଛି। ଆହତ ବ୍ୟକ୍ତି ଜଣଙ୍କ ଆସାଢୁ ମୁଣ୍ଡା । ଜୀବନ ବିକଳରେ ଗଛ ଉପରେ ଚଢି ରହିଥିବା ଲୋକ ଦୁଇ ଜଣଙ୍କର ପରିଚୟ ଏ ପର୍ଯ୍ୟନ୍ତ  ମିଳିପାରି ନାହିଁ।

 

Leave A Reply

Your email address will not be published.