ଟିଟିଲାଗଡ଼ / ଗୌରବ ଦର୍ଜୀ : ବଲାଙ୍ଗିର ଜିଲ୍ଲା କାରାଗାରର ଜଣେ ବିଚାରଧିନ କଏଦୀ ଗୁରୁତର ହୋଇଛନ୍ତି । କଏଦୀ ଜଣକ ଗତ ମେ ୨୭ ତାରିଖରେ ଟାଉନ ପୋଲିସ ଦ୍ବାରା ବେଆଇନ କଫ ସିରଫ ବିକ୍ରୀ ଅଭିଯୋଗରେ ଗିରଫ ହୋଇଥିଲା ବେଳେ ତାଙ୍କ ନାମ ଅଭିଷେକ ଦୋରା ବୋଲି ଜଣାପଡିଛି । ଅଭିଷେକର ଗୋଡ ଓ ହାତରେ ଆଘାତ ଲାଗିଥିବା ବେଲେ , ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗରେ ଚିକିତ୍ସା କରାଯିବା ପରେ ଜେଲ ଭିତରେ ଥିବା ହସ୍ପିଟାଲ ନିଆଯାଇଛି ।ବିଚାରଧିନ କଏଦୀ ଗୁରୁତର ହେବା କାରଣ ଜଣା ପଡୁନଥିଲେ ମଧ୍ୟ ଜେଲ ଭିତରେ କର୍ମଚାରୀଙ୍କ ମାଡରେ ଗୁରୁତର ହୋଇଥିବା ଚର୍ଚ୍ଚା ହେଉଛି । ଏପରିକି ହସ୍ପିଟାଲ ଅଣାଯିବା ସମୟରେ ନିର୍ଯ୍ୟାତନା ଦିଆଯାଇଥିବା ନେଇ ନିଜେ କଏଦୀ ଜଣକ ମଧ୍ୟ ଅଭିଯୋଗ କରୁଥିଲେ । ବଲାଙ୍ଗିର ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ ।
Sign in
Sign in
Recover your password.
A password will be e-mailed to you.
Next Post