ସାପ କାମୁଡା ରେ ଯୁବକର ମୃତ୍ୟୁ।

0

ଟିଟିଲାଗଡ (ଗୌରବ ଦର୍ଜି)-: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାରିପଡା ଗ୍ରାମର ମୁରଲି ଜାନୀଙ୍କ ପୁଅ ବିମୁକେସ ଜାନୀ(୨୩)ର ସାପ କାମୁଡାରେ ମୃତ୍ୟୁ ହେଇଛି। ସୂଚନା ଅନୁସାରେ ରାତିରେ ଘରେ ତଳେ ଶୋଇଥିବା ବେଳେ ଏକ କଲର ସାପ ତାଙ୍କୁ କାମୁଡି ଥିଲା। ପ୍ରଥମେ ଝଡାଫୁଙ୍ଗା କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଟିଟିଲାଗଡ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିମୁକେସନଙ୍କ ବାହାଘରକୁ ୨ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଏକ ତିନି ମାସର ଛୁଆ ଥିବା ଖବର ମିଳିଛି। ମୁରିବାହାଲ ଥାନା ପୁଲିସ ଶବ ଜବତ କରିବା ସହ କେସ୍ ନଂ-୦୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ମୁରିବାହାଲ ଥାନା ଏସଆଇ ସଂଯୁକ୍ତା ପ୍ରଧାନ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.