ପଲସା ଗଛରୁ ଝୁଲନ୍ତା ଶବ ଉଦ୍ଧାର

0

ବଙ୍ଗୋମୁଣ୍ଡା(ଖଗପତି) ଆଜି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗ୍ରାମପଞ୍ଚାୟତ ଜଏରପଡା ଗାଁର ନୂଆ ମୁଡା ବନ୍ଧ ପାଖ ଏକ ପଲସା ଗଛରେ ବୃଦ୍ଧା ବ୍ୟକ୍ତିଙ୍କ  ମୃତ ଦେହ ଦେଖିଵାକୁ ମିଳିଛି।ଏନେଇ ବଙ୍ଗୋମୁଣ୍ଡା ପୋଲିସ ଆସି ମୃତ ଦେହ ଉଦ୍ଧାର କରି ପଚରାଉଚରା କରିଥିଲା।ସୂଚନା ଅନୁଯାୟୀ ଗୋବିନ୍ଦ ପୁଟେଲ ୪୫ ଆଜି ସକାଳ ୫ ଟା ରେ ସ୍ଵଛ ପାଇଁ ଯାଉଛି ବୋଲି ଘରେ ପରିବାର ଲୋକଙ୍କୁ କହି ଯାଇ ଆଉ ଫେରି ନଥିବା ଗୋବିନ୍ଦ ର ପୁଅ ଇନ୍ଦ୍ର ପୁଟେଲ କହିଛନ୍ତି।ଗାଁ ଲୋକେ ଚାସ ପାଇଁ ଜମି କୁ ଗଲାପରେ ଝୁଲନ୍ତା ଶବ କୁ ଦେଖି ଇନ୍ଦ୍ର ପୁଟେଲଙ୍କୁ  କହିଥିଲେ। ଘଟଣା ସ୍ଥାନରେ ପୋଲିସ ପହଁଚି ଶବକୁ ଜବତ  କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି।ଘଟଣା ସମ୍ପର୍କରେ ଥାନାଧିକାରୀ ପଞ୍ଚାନନ ନାୟକ ତଦନ୍ତ କରିଲା ପରେ ମୃତ୍ୟୁ ର କାରଣ ଜଣା ପଡିବ ବୋଲି କହିଛନ୍ତି। 

 

 

Leave A Reply

Your email address will not be published.