ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

0

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ)  ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କିଷାନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ, ଦୁଇ ଦିନ ହେବ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଟ୍ରକ୍‌ ଠିଆ ହୋଇ ରହିଥିଲା। ହେଲେ  ଆଜି ସକାଳେ ଟ୍ରକର ଉଭୟ ଝରକା ଖୋଲା ଥିବା ବେଳେ ଡ୍ରାଇଭରଙ୍କ ମୃତଦେହ ଦେଖି  ସ୍ଥାନୀୟ ଲୋକେ କୁଆଁରମୁଣ୍ଡା ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଟ୍ରକର ଝରକା ଖୋଲା ଥିବାରୁ କେହି ଦୁର୍ବୃର୍ତ୍ତ ଚୋରି କରିବା ଉଦ୍ଦେଶ୍ୟରେ ହତ୍ୟା କରିଥିବା ଅନୁମାନ କରାଯାଉଛି।  ଏଥିସହ ଅସୁସ୍ଥତା ଯୋଗୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସନ୍ଦେହ କରାଯାଉଛି।

 

Leave A Reply

Your email address will not be published.