ଅଞ୍ଚଳରେ ଚାଲିଛି ରନ୍ଧା ମଦର କାରବାର : ଦେଶୀ ମଦ ଯୋଗୁ ପ୍ରାଣହାନୀ ଅଭିଯୋଗ 

0

ଟିଟିଲାଗଡ ରୁ ଗୌରବ ଦର୍ଜି : କରୋନା ମୁକାବିଲା ପାଇଁ ସରକାର ମଦ ବିକ୍ରି ବନ୍ଦ କରିବା ସହ ଅନେକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ନିୟମ ରହିଛି କିନ୍ତୁ ସଇଁନ୍ତଳା ଅଞ୍ଚଳ ରେ ବେଧଡକ ଚାଲିଛି ରନ୍ଧା ମଦ କାରବାର। ରନ୍ଧା ମଦ ପିଇ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି  ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଲ ଫାଣ୍ଡି  ଧରପଗଡ ଗ୍ରାମପଞ୍ଚାୟତ ର ଖଣ୍ଡା ଧୁଆ  ନାଳ ଠାରେ ଏକ ମୃତଦେହ  ଉଦ୍ଧାର କରାଯାଇଛି । 

ମୃତ ବ୍ୟକ୍ତି ହେଲେ ଧରବଗଡ ଗାଁର କଳାକାର ଷାଣ୍ଢ । ଗତକାଲି ଠାରୁ ଘରୁ ନିଖୋଜ ରହିଥିଲେ କଳାକାର |  ତେବେ ଆଜି ସକାଳୁ ଗାଁ ନାଳରେ କଳାକାରଙ୍କ ମୃତ୍ୟୁ ଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ । କିଛିଲୋକ ତାଙ୍କ ଘରକୁ ଜଣେଥିଲେ ଓ ପରେ ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବଡମାଳ ଫାଣ୍ଡି ପୋଲିସ ପହଂଚି ତଦନ୍ତ ଆରମ୍ଭ  କରି ଶବ ବ୍ୟବଛେଦ ପାଇଁ ଟିଟିଲାଗଡ ପାଠ ଯାଇଛି । ଶବ ପଡିଥିବା କିଛି ଦୂରରେ ବହୁଳ ପରିମାଣରେ ରନ୍ଧା ମଦ ପ୍ୟାକେଟ ଦେଖିବାକୁ ମିଲିଛି । ମଦର ଅବାଧ କାରବାର ଯୋଗୁଁ କଳାକାର ବିଷାକ୍ତ ଦେଶୀମଦ ପିଇ ମ୍ରୁତ୍ୟୁବରଣ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ,ଏଥି ପାଇଁ ଗାଁ ଲୋକେ ଵାରମ୍ବାର ପ୍ରଶାସନ ଜଣାଇଥିଲେ ମଧ୍ୟ  ପ୍ରଶାସନିକ କର୍ଣପାତ କରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି , ତେବେ ଏହି ଘଟଣା ର ଖୁବଶୀଘ୍ର ପର୍ଦ୍ଦାଫାଶ କରାଯାଉ ବୋଲି ଅଞ୍ଚଳ ବାସୀ ଦାବି କରୁଛନ୍ତି ।

Leave A Reply

Your email address will not be published.