ଏଲ ଇ ଡି ଲାଇଟ କିଣା ଦୁର୍ନୀତି ମାମଲା। ୬ ବର୍ଷ ପରେ ପୁଣି ଖୋଲିଲା ଫାଇଲ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ବନ୍ଦ ପଡ଼ିଥିଲା ଫାଇଲ। ତଦନ୍ତ କାର୍ଯ୍ୟ କେଉଁ କାରଣରୁ ଶିଥିଳ ପଡ଼ିଥିଲା, ଜଣା ନାହିଁ। ମାତ୍ର ୬ ବର୍ଷ ପରେ ବେଲପାହାଡ଼ ପୌର ପରିଷଦ ଦ୍ବାରା କିଣା ଯାଇଥିବା  ଏଲଇଡି ବଲବ ଦୁର୍ନୀତି ମାମଲାର ଫାଇଲ ପୁଣି ଖୋଲାଯାଇଛି।…

ଝାରସୁଗୁଡ଼ା ଏଯାଏଁ ସ୍ୱାବ ସଂଗ୍ରହ କରାଯାଇଛି ୧୯୭୪୯୧

ଝାରସୁଗୁଡ଼ା :(ସୁଭାଷ ସହାରେ)- ଶୁକ୍ରବାର ଦିନ ୧୩୫୦ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ଜିଲ୍ଲାରେ ମୋଟ ୧୯୭୪୯୧ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି । ସେହିପରି ଶୁକ୍ରବାର ୮୮୬  ଜଣଙ୍କର କୋଭିଡ ପରୀକ୍ଷା ( ରାପିଡ ଆଣ୍ଟିଜେଣ୍ଟ ଟେଷ୍ଟ) କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ଏହି…

କରୋନା କଟକଣାର କର୍ଫ୍ୟୁ ଜାରି ପାଇଁ ଭୁଲ ଘୋଷଣା କଲେ ରେଢ଼ାଖୋଲ ପ୍ରଶାସନ 

- ଭୁଲ ସୂଚନା ପାଇ ସନ୍ଧ୍ୟା ୬ଟାରୁ ଦୋକାନ ବଜାର ବନ୍ଦ ବ୍ୟବସାୟୀ ଓ ବିଭିନ୍ନ ଅନୁଷ୍ଠାନ  - ପ୍ରଶାସନର ଭୂଲ ସୁଚନା ଘୋଷଣାକୁ ନେଇ  ସାଧାରଣରେ ତୀବ୍ର ଅସନ୍ତୋଷ, ଭୂଲ ମାନିଲେ  ପ୍ରଶାସନ  ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଭାରତରେ ଦିନକୁଦିନ କରୋନା ମହାମାରୀ ଉଗ୍ରରୂପ…

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର ନୂତନ କୁଳପତି ଙ୍କ ଯୋଗଦାନ ।

କଳାହାଣ୍ଡି/ତୁଳମଣି ନାଗ: ଭବାନୀପାଟଣା ବିଶ୍ୱ ବିଦ୍ୟାଳୟ ର ନୂତନ କୁଳପତି ଭାବରେ  ପ୍ରଫେସର ସଂଜୟ କୁମାର ଶତପଥୀ ଯୋଗଦାନ କରିଛନ୍ତି । ଏହି ଅବସରରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ସହ  ଆୟୋଜିତ  ଏକ ବାର୍ତାରେ ପ୍ରଫେସର ଶତପଥୀ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ପାଇଁ ୧୦୦ ଏକ ଜମିର ଆବଶ୍ୟକତା…

ମୋହନା ଆଞ୍ଚଳିକ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଡାକ୍ତର ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକରେ ନୂତନ ଭାବେ ଗଠିତ ହୋଇଥିବା ମୋହନା ଆଞ୍ଚଳିକ ମାନବ ଅଧିକାର ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ଲିଲିଗଡ ଗ୍ରାମ ନାଗରିକ ମଞ୍ଚ ପକ୍ଷରୁ ଡାକ୍ତର ବାବା ସାହେବ ଆମ୍ୱେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି।  ବ୍ଳକ ନିର୍ମାଣଧୀନ ଶ୍ରମିକ…

ଆକାଂକ୍ଷାର ବିଷୁବ ମିଳନରେ ସିଦ୍ଧାନ୍ତ ପତ୍ରିକା “ବିଷୁବ ସଂଖ୍ୟା” ଉନ୍ମୋଚିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଆକାଂକ୍ଷା ଆନୁକୂଲ୍ୟରେ ବୁଧବାର ଦିନ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଆକାଂକ୍ଷାର ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି…

ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ହସ୍ତାନ୍ତରକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ।

ରେଢାଖୋଲ ଅନିଲ କୁମାର ପୃଷ୍ଟି : ସମ୍ବଲପୁର ଜିଲ୍ଲା ରେଢାଖୋଲ ତହସିଲ ଅନ୍ତର୍ଗତ କଦଳିଗଡ଼ ପଞ୍ଚାୟତର ଡିମିରିମୁଣ୍ଡା ଓ ସାମସିଙ୍ଗା ଗ୍ରାମରେ ଗୋଚର, ଖେଳପଡ଼ିଆ, ବିଦ୍ୟାଳୟ ପାଇଁ ସରଂକ୍ଷିତ ଜମି, ଜଙ୍ଗଲ, ପଶୁ ସ୍ମଶାନ ସର୍ବସାଧାରଣ ଯୋଗ୍ୟ ୧୦୫ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋର…

ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପାକସ ଜେଟି ପ୍ରକଳ୍ପ

ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ବିକାଶର ଗତି ତ୍ୱରାନ୍ୱିତ ହେବ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ରାଜ୍ୟର ଧାମରା ନଦୀରେ ୧୧୦ କୋଟି ଟଙ୍କା ବ୍ୟୟରେହେବାକୁ ଥିବା ଆରଓ-ପ୍ୟାr ଜେଟି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ଟ୍ୱିଟ୍…

 “ସାଧାରଣ ବ୍ୟକ୍ତିବିଶେଷ ପୂର୍ବତଟ ରେଳପଥ କାର୍ଯ୍ୟାଳୟକୁ ଅନାବଶ୍ୟକ ଆସନ୍ତୁ ନାହିଁ “

କୋଭିଡ ମହାମାରୀ ପରିପ୍ରେକ୍ଷୀରେ ପୂର୍ବତଟ ରେଳବାଇ ମହାପ୍ରବନ୍ଧଙ୍କ ନିବେଦନ  ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ -19 ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ କାର୍ଯ୍ୟାଳୟ ପରିଦର୍ଶନ ନକରିବାକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ସାଧାରଣ ଜନତାଙ୍କୁ ନିବେଦନ…

ପଟାଙ୍ଗୀ ଅଘଟଣରେ ଦୁଃଖ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ : ପ୍ରତ୍ୟେକ ପରିବାର ପାଇଁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା 

ଭୁବନେଶ୍ୱର (ଶାସକ ପ୍ରଶାସକ) - ଧଳା ମାଟି ସଂଗ୍ରହ କରିବା ସମୟରେ ଅତଡ଼ା ଖସିବା କାରଣରୁ ମୃତ୍ୟୁବରଣ କରିଥିବା ପଟାଙ୍ଗୀର ୩ଜଣ  ମହିଳାଙ୍କ ମୃତ୍ୟୁକୁ ନେଇ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା…