ଅଂଚଳ ହାଇସ୍କୁଲ ଗୌଡ଼ମାଳରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

15

.
ବରଗଡ/ ଗୌରାଙ୍ଗ ଦାସ :ଝାରବନ୍ଧ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅଂଚଳ ହାଇସ୍କୁଲ ଗୌଡ଼ମାଳ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ବ୍ଲକ ଶିକ୍ଷାଅଧିକାରୀ ଯତୀନ୍ଦ୍ର କୁମାର ସେଠ ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଝାରବନ୍ଧ ତହସିଲଦାର ଅଲେଖ ଘୁଟା, ସମ୍ମାନିତ ଅତିଥିଭାବେ ଜ଼ିଲ୍ଲାପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, ପଦ୍ମପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ପାଇକମାଳ ଗୋଷ୍ଠିଶିକ୍ଷା ଅଧିକାରୀ ଶୁଭମ କୁମାର ପତି, ପ୍ରାଥମିକ ବ୍ଲକ ଶିକ୍ଷକ ସଂଘ ସଭାପତି ଆଶାରାମ ବରିହା ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ଏହି ଅବସରରେ ଅନୁଷ୍ଠିତ କନିଷ୍ଟ ଓ ବରିଷ୍ଠ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ତର୍କ, କୁଇଜ, ସଂଗୀତ ଚିତ୍ରାଙ୍କନ,ମଧ୍ୟାନ୍ନଭୋଜନ ଚିତ୍ରକଳା ଓ ଶିଳ୍ପକଳା ଆୟୋଜନ ହୋଇଥିଲା l ସମସ୍ତ ୧୦ଟି କ୍ଲଷ୍ଟର ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ l

ଉଦଯାପନୀ ଉତ୍ସବରେ ବିଇଓ ଯତୀନ୍ଦ୍ର ସେଠ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷାସିଂ ବରିହା ଅତିଥିଭାବେ ଓଏଭି ପ୍ରିନ୍ସିପାଲ ଜିତେନ୍ଦ୍ରିୟ ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ଏବିଇଓ ଦୟାନିଧି କୈବର୍ତ୍ତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ, ପ୍ରଧାନ ଶିକ୍ଷକ ଚନ୍ଦ୍ରକାନ୍ତ ମେହେର ଯୋଗଦାନ କରି ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସୁରଭି ଏକ ପ୍ରକୁଷ୍ଟ ମଞ୍ଚ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ପରେ ଅତିଥିମାନେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଉତଯାପନୀ ଉତ୍ସବକୁ ଶିକ୍ଷକ ବିଜୟ ଦାନୀ ମଞ୍ଚପରିଚାଳନା କରିଥିବା ବେଳେ ସିଆରସିସି ଗୋପାଳ ଚନ୍ଦ୍ର ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.