ଉପଖଣ୍ତ ଚିକିତ୍ସାଳୟ ସମସ୍ୟାର ସମାଧାନ ଦାବି

9

ନୀଳଗିରି ୨/୧୧: ନୀଳଗିରି ଉପଖଣ୍ତ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରାନଗଲେ ଆନ୍ଦୋଳନକୁ ଉହ୍ଲାଇବ ନୀଳଗିରି ଉପଖଣ୍ତ ରକ୍ତଦାତା ସଂଘ। ଆଜି ନୀଳଗିରି ଉପଜିଲ୍ଳାପାଳ ଏବଂ ନୀଳଗିରି ଉପଖଣ୍ତ ଚିକିତ୍ସାଧିକାରୀଂକୁ ସ୍ମାରକପତ୍ର ପ୍ରଦାନକରି ଅକାମୀ ହୋଇପଡିଥିବା ଅତ୍ୟାବଶ୍ୟକୀୟ ଡିଜିଟାଲ ଏକ୍ସରେ ମେଶିନର ଅବିଳମ୍ବେ ମରାମତି,ବିକଳ୍ପ ଏକ୍ସରେ ମେଶିନ ଉପଲବ୍ଧ କାରାଇବା,ଅଲଟ୍ରା ସାଉଣ୍ତ ବ୍ୟବସ୍ଥା ଅନ୍ୟ ରୋଗୀଂକ ପାଇଁ ଉପଲବ୍ଧ କରିବା,ନିଦାନ ପରୀକ୍ଷାକୁ ନିୟମିତ ଓ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରିତ କରିବା,ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ଆରମ୍ଭ ହେବା,ରକ୍ତ ଭଣ୍ତାର ସମସ୍ୟାର ସମାଧାନ,ଶୂନ୍ୟ ପଡିଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ପୂରଣ ପାଇଁ ଦାବି କରାଯାଇଛି।

ସଂଘର ସାଧାରଣ ସଂପାଦକ ବିଜୟ କୁମାର ପାତ୍ରଂକ ନେତୃତ୍ବରେ ବରିଷ୍ଠ ଉପଦେଷ୍ଟା ରବି ରାଉତ,ଉପ ସଭାପତି ପ୍ରଦୀପ ମିଶ୍ର,ଅନାଦି ବେହେରା,ହେମେନ୍ଦ୍ର ସେଠୀ ପ୍ରମୁଖ ସହକାରୀ ଜିଲ୍ଲାପାଳ ରଂଜନ ସେନାପତି, ଉପ ଖଣ୍ତ ଚିକିତ୍ସାଧିକାରୀ ଡା. ସରୋଜିନୀ ପ୍ରଧାନ,ଡା. ସତ୍ୟନାରାୟଣ ନାୟକଂକୁ ସ୍ମାରକପତ୍ର ପ୍ରଦାନକରି ଆଲୋଚନା କରିଛନ୍ତି।

Leave A Reply

Your email address will not be published.