ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ହନୁମାନ ଜୟନ୍ତି ସମନ୍ନୟ ସମିତିର ଦାବିକୁ ଗୁରୁତ୍ୱ ଦେଇଛି ସମ୍ବଲପୁର ପୋଲିସ ପ୍ରଶାସନ । ସହରରେ ଆଗକୁ ଆଉ ଗୋହତ୍ୟା ହେବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ସମ୍ବଲପୁର ଜିଲ୍ଲା ପୋଲିସ ମୁଖିଆ । ତେଣୁ ଆସନ୍ତା ୨୧ ତାରିଖ ଦିନ ହେବାକୁ ଥିବା ସମ୍ବଲପୁର ରେ ବିଶାଳ ମାନବ ଶୃଙ୍ଖଲ ସ୍ଥଗିତ ରଖିବା ପାଇଁ ଘୋଷଣା କରିଛି ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ସମନ୍ନୟ ସମିତି ସମ୍ବଲପୁର । ଏନେଇ ଏକ ସାମ୍ବାଦିକ ସମ୍ବିଳନିରେ ସମିତି ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୨୧ ତାରିଖ ବକ୍ରିଦ ପର୍ବରେ ଗୋ ହତ୍ୟା ହେବାର ଆଶଙ୍କା ରହିଥିବାରୁ ଗୋ ହତ୍ୟା କୁ ବନ୍ଦ କରିବା ପାଇଁ ହନୁମାନ ଜୟନ୍ତି ସମ୍ମନ୍ନୟ ସମିତି ୨୧ ତାରିଖ ସହରରେ ଏକ ବିଶାଳ ମାନବ ଶୃଙ୍ଖଲା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା । ସହର ର ୩ ହଜାର ମହିଲା ଓ ୭ ହଜାର ଯୁଵ ବାହୀନି ଦ୍ବାରା ମାନବ ଶୃଙ୍ଖଲା ତିଆରି ହୋଇଥାନ୍ତା । ଏଥିପାଇଁ ହନୁମାନ ଜୟନ୍ତି ସମନ୍ନୟ ସମତି ପକ୍ଷରୁ ଲଗାତାର ଘନ ଘନ ବୈଠକ କରି ପ୍ରସ୍ତୁତି କରାଯାଇଥିଲା । ଏହି ବିଶାଲ ପ୍ରସ୍ତୁତି ଦେଖି ସମ୍ବଲପୁର ପୋଲିସ ପ୍ରଶାସନ ସହର ରେ ଆଉ ଗୋ ହତ୍ୟା ହେବ ନାହିଁ ବୋଲି ସମିତି କୁ ପ୍ରତିଶୃତି ଦେଇଛନ୍ତି । ତେବେ ହନୁମାନ ସମନ୍ନୟ ସମିତି ପକ୍ଷରୁ ପୁଣି ଥରେ ଚେତାବନୀ ଦିଆଯାଇଛି ଯେ ଯଦି ଆଗକୁ ଗୋହତ୍ୟା ହୁଏ ତେବେ ପୁଣି ଥରେ ଯେଉଁ ଆନ୍ଦୋଳନ କରି ଗୋହତ୍ୟା କାରୀ ଙ୍କ ବିରୋଧରେ ନିଜେ ସମନ୍ନୟ ସମିତି କଠୋର ଆଭିମୁଖ୍ୟ ଗ୍ରହଣ କରିବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଏକ ସାମ୍ବାଦିକ ସମ୍ମିଲନୀରେ ଚେତାବନୀ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.