ମହିଳାଙ୍କୁ ଅସଦାଚରଣ କରି ଜେଲ ଗଲେ ଯୁବକ

0

ପାଇକମାଲ :- ପାଇକମାଲ ଥାନା ଅନ୍ତର୍ଗତ କୁଡ଼ାରିଫସା ଗ୍ରାମର ଜଣେ ମହିଳା ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଯେ ସେହି ଗ୍ରାମର ଲଷ୍ମୀ ଧର ମଲ୍ଲିକ ନାମକ ଜଣେ ଯୁବକ ତାକୁ ମନ୍ଦ ଉଦ୍ଦେଶ୍ୟ ରଖି ତା ଉପରେ ବଳ ପ୍ରୟୋଗ କରିବା ସହିତ ଟଣା ଓଟରା କରିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହିଳା ଜଣକ ବିବାହିତା ,ଗତ କିଛି ଦିନ ହେଲା ତାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ସେ ତାର ମାଁ ଘରେ ରହୁଥିଲା । ଅଭିଯୋଗ କାରିଣୀ ର କହିବା ମୁତାବକ ଲକ୍ଷ୍ମୀଧର ସବୁ ବେଳେ ତା ପ୍ରତି ଖରାପ ଦୃଷ୍ଟି ରଖି ଆସୁଥିବା ସହିତ ବିଭିନ୍ନ ସମୟରେ ତାକୁ ଦୁର୍ବ୍ୟବହାର ମଧ୍ୟ କରୁଥିଲା । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଶ୍ରୀ ମନବୋଧ ପାଇକମାଲ ଥାନାରେ କେଶ ନମ୍ବର 152/19 ଧାରା 341 , 323, 354 , D1(i),506 ରେ ମାମଲା ରୁଜୁ କରି ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକ କୁ ଧରି କୋର୍ଟ ଚାଲାଣ କରିଛନ୍ତି ।ପାଇକମାଲ ଥାନା ର ASI ପ୍ରକାଶ ଭୋଇ ଉକ୍ତ ଘଟଣାର ତଦନ୍ତ ଭାର ନେଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । 

        ଅନ୍ୟ ଏକ କେଶ ରେ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ହେଇଥିବା ମୋବାଇଲ ଚୋରିର ଅଭିଯୁକ୍ତ ପଦ୍ମପୁର ନିକଟସ୍ଥ ଚାରପାଳି ଗ୍ରାମର ରାଜା ସାହୁ କୁ ପାଇକମାଲ ପୋଲିସ ତୁରନ୍ତ ଧରିବାରେ ସଫଳ ହେଇଛି । ଉକ୍ତ ଘଟଣାର ତଦନ୍ତ କରିଥିବା ASI ସନ୍ତୋଷ କୁମାର ସାହୁ ଅଭିଯୁକ୍ତ ନାମରେ କେଶ ନମ୍ବର153/19 ଧାରା 379 ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.