ପୂର୍ବତନ ସରପଞ୍ଚ ଙ୍କ ଦେହାନ୍ତ

12

ଡାବୁଗାଁ/ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୦୩/୧୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ନୁଆଗୁଡ଼ା ର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଶୋଇ (ରାଜୁ) ଙ୍କ ବୁଧବାର ୧୨ ଘଣ୍ଟ ସମୟରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।ରାଜେନ୍ଦ୍ର ବିଶୋଇ ଡାବୁଗାଁ ଗ୍ରାମ ପଞ୍ଚାୟତ ରେ ୧୯୮୭ ମସିହାରୁ ୧୯୯୨ ମସିହା ପର୍ଯ୍ୟନ୍ତ ସରପଞ୍ଚ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଶ୍ରୀ ରାଜୁବାବୁ କଂଗ୍ରେସ ସମର୍ଥିତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ଗରିବ ଓ ଅସହାୟ ଲୋକଙ୍କ ପ୍ରତି ତାଙ୍କର ସର୍ବଦା ଉଦାର ଭାବ ରହିଥିଲା। ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ସେ ତୁରନ୍ତ ପଦକ୍ଷେପ ନେଉଥିଲେ। ୧୯୮୦ ରୁ ୧୯୯୦ ଦଶକ ମଧ୍ୟରେ ସେ କଂଗ୍ରେସ ର ଜଣେ ଆଗ ଧାଡ଼ିର ନେତା ଭାବେ ଉଭା ହୋଇଥିଲେ।ତେବେ ୫ ବର୍ଷ ସରପଞ୍ଚ ଭାବେ ରହିଥିଲେ ସୁଦ୍ଧା ନିଜ ପାଇଁ କିଛି କରି ନ ଥିଲେ ଓ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ବୟସାଧିକ କାରଣରୁ ଗତ ଏକ ମାସ ହେଲେ ରାଜେନ୍ଦ୍ର ବିଶୋଇ ଙ୍କ ଶାରୀରିକ ଅସୁସ୍ଥତା ଲାଗି ରହିଥିଲା । ଆଜି ଅପରାହ୍ନ ୧୨ ଘଣ୍ଟ ସମୟରେ ନୂଆଗୁଡା ସ୍ଥିତ ନିଜ ବାସ ଭବନରେ ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁରେ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ଓ ପୁଅ ବହୁ ରହିଥିଲେ। ଅପରାହ୍ନରେ ଅଙ୍ଗୀ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଶେଷ ଦର୍ଶନ କରିବାକୁ ଗ୍ରାମର ବହୁ ମାନ୍ୟଗଣ୍ୟ ଲୋକେ ଉପସ୍ଥିତ ଥିଲେ।

Leave A Reply

Your email address will not be published.