ଝାରସୁଗୁଡ଼ା, ୫ ଓଡ଼ିଶା ଗ୍ରାମିଣ ବ୍ୟାଙ୍କ ଝାରସୁଗୁଡ଼ା ଶାଖା ଏହାର ନୂତନ ଗୃହକୁ ଆନୁଷ୍ଠାନିକ ଭାବେ ଗୁରୁବାର ସ୍ଥାନାନ୍ତରିତ ହୋଇଛି। ସହରବାସୀ ଓ ଗ୍ରାହକମାନଙ୍କୁ ଅଧିକ ଉନ୍ନତ ତଥା ଆଧୁନିକ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଦେବା ଲକ୍ଷ୍ୟରେ ପାହାଡ଼ି ମନ୍ଦିର ଛକ କାଳୀ ମନ୍ଦିର ରୋଡ ସ୍ଥିତ ଭୋଲ୍ କମ୍ପ୍ଲେକ୍ସ ଠାରେ ଏହି ସୁସଜ୍ଜିତ ଶାଖା ପ୍ରତିଷ୍ଠା କରାଯାଇଛି।
ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ସଞ୍ଜୀବ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ନୂତନ ଗୃହରେ ଗ୍ରାହକମାନଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାର ଆଧୁନିକ ଡିଜିଟାଲ୍ ସେବା ଉପଲବ୍ଧ କରାଯାଇଛି।ଶାଖା ପ୍ରବନ୍ଧକ ସୌମ୍ୟ ରଞ୍ଜନ ରାଉତ ସ୍ବାଗତ ଭାଷଣ ଦେଇ ବ୍ୟାଙ୍କର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର କର୍ମଚାରୀଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ ଏବଂ ବହୁସଂଖ୍ୟାରେ ଗ୍ରାହକ ଉପସ୍ଥିତ ରହି ବ୍ୟାଙ୍କର ଉତ୍ତମ ସେବାକୁ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.