“କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅନୁପ୍ରବେଶ ଓ ବେଆଇନ ଭାବେ ଜବରଦସ୍ତ ନିର୍ବାଚନ କରିବା ପ୍ରଚେଷ୍ଟା କୁ ଦୃଢ଼ ନିନ୍ଦା”

19

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋରାପୁଟ ଜିଲ୍ଲା ର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ଙ୍କ ଅନୁପ୍ରବେଶ ଓ ବେଆଇନ ଭାବେ ଜବରଦସ୍ତ ନିର୍ବାଚନ କରିବା ପ୍ରଚେଷ୍ଟା କୁ ଦୃଢ଼ ନିନ୍ଦା କରିଛନ୍ତି ପାରଳାଖେମୁଣ୍ଡି ର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପ ସଭାପତି କେ.ନାରାୟଣ ରାଓ , ସେହିପରି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଂଚାୟତ ରେ ମଧ୍ଯ କିଛି ଗ୍ରାମରେ ଆନ୍ଧ୍ର ନିର୍ବାଚନ ରେ ଭାଗ ନେବା ପାଇଁ ଲୋକଙ୍କୁ ଆକୃଷ୍ଟ କରିବା ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ପୂର୍ବତନ ବିଧାୟକ।
ସେ ନିଜେ ସେହି ବିବାଦୀୟ ଅଞ୍ଚଳ ଗୁଡିକୁ ଅନେକ ବାର ଗସ୍ତ କରି ନିଜେ ଓଡ଼ିଶା ମାଟିର ସୁରକ୍ଷା ପାଇଁ ଅନେକ ଲଢ଼େଇ କରିଥଲେ। ଏମିତି ବିଗତ ଦିନରେ ଗଙ୍ଗାବାଡ ଠାରେ ଆନ୍ଧ୍ର ପ୍ରଦେଶର ଅଧିକାରୀ ମାନଙ୍କ ସହ ଯୁକ୍ତି ବାଢିଥିଲେ। ଆଗାମୀ ଦିନରେ ମଧ୍ଯ ଏମିତି ସଂଘର୍ଷ ଜାରୀ ରହିବ। ମାଟି ର ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ସବୁ ବେଳେ ପ୍ରଚେଷ୍ଟା କରୁଥିଲା ଆଗମୀ ଦିନରେ ମଧ୍ୟ ପ୍ରତିଶୃତି ବୋଧ ବୋଲି କହିଛନ୍ତି ଶ୍ରୀ ରାଓ।

Leave A Reply

Your email address will not be published.