ବଡ଼ବିଲରେ ପୁଣି ସଡକ  ଦୁର୍ଘଟଣା: ବୃଦ୍ଧାଙ୍କ ଉପରେ ଟ୍ରକ ଚଢ଼ିଗଲା 

0 1

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ପୋୖରାଞ୍ଚଳରେ ସଡକ ଦୁର୍ଘଟଣା ଚିନ୍ତାର ବିଷୟ ହୋଇଛି। ଆଜି  ନାଲଦାଠାରେ ରାସ୍ତା ଅତିକ୍ରମ କରୁଥିବା ଜୈନେକ ବୃଦ୍ଧାଙ୍କ ଉପରେ ଏକ ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ପୋୖରାଞ୍ଚଳର ୧ ନଂ ୱାର୍ଡରେ ରହୁଥିବା ଲକ୍ଷ୍ମୀ ସିଙ୍କୁ (୫୫) ସ୍ଥାନୀୟ ଏକ ଜଳଖିଆ ଦୋକାନରେ କାମ କରୁଥିଲେ। ଆଜି ସକାଳ ୬.୩୦ ସମୟରେ ସେ ଦୋକାନକୁ ଯିବାପାଇଁ ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ ବାର ଚକିଆ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା।  ସମ୍ପୃକ୍ତ ଓଡ଼ି ୦୯ଏ ୩୯୫୬   ନମ୍ବର ବିଶିଷ୍ଟ ଟ୍ରକକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡ଼ିଛି।

 

Leave A Reply

Your email address will not be published.