‘ଅର୍ଣ୍ଣବ’ ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ସହ ଅସହାୟ ଓ ଗରୀବ ଲୋକଙ୍କୁ ରାସନ୍ ବଣ୍ଟନ କଲେ ଆପ୍ ଗଜପତି ଜିଲ୍ଲା ଆବାହକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଓ ଖର୍ଷଣ୍ଡା ପଞ୍ଚାୟତ ର ମଧୁସୂଦନପୁର , ଝମ୍ପିଗୁଡ଼ା , ରାଉତପୁର , ଜର୍ଲଣ୍ଡା , ବାର୍ଲାଣ୍ଡ ଆଦି ଗ୍ରାମ ବୁଲି ‘ଅର୍ଣ୍ଣବ’ ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ସହ ଅସହାୟ ଓ ଗରୀବ ଲୋକଙ୍କୁ ରାସନ୍ ବଣ୍ଟନ କରିଥିଲେ।
ଏହି ଗସ୍ତରେ ଜିଲ୍ଲା କମିଟି ସଦସ୍ୟ ଲୋଗୋସ ଦାସ ବର୍ଦ୍ଧନ , ଶିବାଶିଷ ପଟ୍ଟନାୟକ , ସିର୍ଲା ଈଶ୍ୱର ରାଓ , ଗାଵା ମନୋଜ କୁମାର , ଭେଙ୍କଟଟେସ୍ ଶବର , ଅରୁଣ ଶବର , ଆନନ୍ଦ ଶବର ଓ ପାଇଲା ଚାଲାପତି ରାଓ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।