କୋକସରା ଠାରେ ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଜେଏମଏଫସି କୋର୍ଟ

0 1

ଜୁନାଗଡ/ ଆଦିତ୍ୟ ମହାନ୍ତି :କଳାହାଣ୍ଡି ଜିଲ୍ଲା କୋକସରା  ଠାରେ ଆଜି ଜେଏମଏଫସି କୋର୍ଟ ଉଦଘାଟନ ହୋଇ ଯାଇ ଅଛି । ଅଞ୍ଚଳବାସି ଙ୍କ ଦିର୍ଘଦିନର ଦାବି ଆଜି ପୁରଣ ହୋଇଥିବାରୁ ଅଞ୍ଚଳବାସି ଙ୍କମନରେ ଖୁସିର ଲହରି ଖେଲିଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସେସନସ ଜଜ୍ ଶ୍ରୀ  ଶିଶିର କୁମାର ରଥ ଯୋଗଦେଇ ବିଧିବଦ୍ଧ ଭାବରେ ଜେଏମଏଫସି କୋର୍ଟ ଉଦଘାଟନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଡିଶାରାଜ୍ୟ ବାର କାଉନସିଲ ସଦସ୍ୟ ମାନସ କୁମାର ଚାନ୍ଦ ଯୋଗଦେଇ ଜେଏମଏଫସି କୋର୍ଟ ଖୋଲିବା  ଫଳ ରେ ଅଞ୍ଚଳ ବାସୀ ଉପକୃତ ହେବେ ବୋଲି କହି ଥିଲେ । କୋକସରା ବାର ଆସୋସିଏସନ ସଭାପତି ପଞ୍ଚାନନ ବେଶ୍ରା ସଭାପତିତ୍ବ ରେ ସମସ୍ତ କାର୍ଯକ୍ରମ କୁ ଆଇନଜୀବୀ  ଓ କର୍ମଚାରି ମାନେ ସଂପାଦନା କରିଥିଲେ। ଏହି ଅବସରରେ ଧର୍ମଗଡ଼ ବିଧାୟକ୍ ମୌଷଧୀ ବାଗ ପୁର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଓ କୋକସରା ଅଞ୍ଚଳର  ଅଞ୍ଚଳର  ବହୁ ବୁଦ୍ଧିଜୀବୀ  ଉପସ୍ଥିତ ରହିଥିଲେ |

Leave A Reply

Your email address will not be published.