ବଡ଼ବିଲ (ଶାସକ ପ୍ରଶାସକ): ବଲାଣି ଜଙ୍ଗଲରୁ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ମୃତଦେହକୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ। ପ୍ରାଥମିକ ଅନୁସନ୍ଧାନରୁ ମୃତଦେହଟି ସୀମାବର୍ତ୍ତି ଝାରଖଣ୍ଡ ରାଜ୍ୟର କିରିବୁରୁ ଅଞ୍ଚଳରେ ରହୁଥିବା ଋଷଭ ସିଂହଙ୍କର ବୋଲି ଜଣାପଡ଼ିଛି। ପ୍ରକାଶ ଥାଉ କି ଋଷଭ ଗତ ୧୬ ତାରିଖ ରାତିରୁ ନିଖୋଜ ଥିଲେ। ବଲାଣି ପୋଲିସ କେଶ ନଂ ୮/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ନିମନ୍ତେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାର ଜଣାପଡିଛି। ତେବେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ବଲାଣି ଥାନାଧିକାରୀ ଶ୍ରୀକାନ୍ତ ସାହୁ ପ୍ରକାଶ କରିଛନ୍ତି |