ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱରକୁ ସମ୍ମାନଜନକ ‘ପ୍ଲାଟିନମ୍ କ୍ଲବ୍ ଆୱାର୍ଡ’

46

ସଭାପତି ଡଃ ସଞ୍ଜୟ ଚୌଧୁରୀ ଓ ସମ୍ପାଦକ ବିଶ୍ୱଜିତ ପାତ୍ରଙ୍କୁ ପ୍ଲାଟିନମ୍ ପୁରସ୍କାର; ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଏନ୍.କେ. ମିଶ୍ରଙ୍କୁ ଆଜୀବନ ସାଧନା ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱରର ସର୍ବପୁରାତନ ରୋଟାରୀ କ୍ଲବ୍, ୧୯୬୫ ମସିହାରେ ପ୍ରତିଷ୍ଠିତ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର, ଜିଲ୍ଲା ପୁରସ୍କାର ସମାରୋହରେ ସମ୍ମାନଜନକ ପ୍ଲାଟିନମ୍ କ୍ଲବ୍ ଆୱାର୍ଡ’ ହାସଲ କରି ଗୌରବ ଅର୍ଜନ କରିଛି। କିଟ୍ ଅଡିଟୋରିୟମ୍, ଭୁବନେଶ୍ୱରଠାରେ ଆୟୋଜିତ ଏହି ସମାରୋହରେ କ୍ଲବ୍‌ର ଏହି ସଫଳତାକୁ ବିଶେଷ ଭାବେ ପ୍ରଶଂସା କରାଯାଇଥିଲା।

୨୦୨୫-୨୬ ରୋଟାରୀ ବର୍ଷରେ ଉତ୍କୃଷ୍ଟ ନେତୃତ୍ୱ, ସମାଜସେବା ଓ ରୋଟାରୀ ପ୍ରତି ନିଷ୍ଠାପର ଅବଦାନ ପାଇଁ କ୍ଲବ୍‌ର ସଭାପତି ସଞ୍ଜୟ ଚୌଧୁରୀ ଏବଂ ସମ୍ପାଦକ ବିଶ୍ୱଜିତ ପାତ୍ର ମଧ୍ୟ ବ୍ୟକ୍ତିଗତ ଭାବେ ପ୍ଲାଟିନମ୍ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ଏହି ଅବସରରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଏନ୍.କେ. ମିଶ୍ର ଙ୍କୁ ରୋଟାରୀ ପ୍ରତି ଦୀର୍ଘଦିନର ନିଷ୍ଠାପର ସେବା ଓ ଅବଦାନ ପାଇଁ ସମ୍ମାନଜନକ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ’ପ୍ରଦାନ କରାଯାଇଥିଲା।

ଏଥିସହ କ୍ଲବ୍‌ର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ମାନବିକ କାର୍ଯ୍ୟ ପାଇଁ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ ହୋଇଥିଲେ।

୨୦୨୫-୨୬ ବର୍ଷର ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ ଏବଂ ରୋଟାରୀ ଇଣ୍ଟରନ୍ୟାସନାଲ୍ ଡାଇରେକ୍ଟର ରୋଟାରିଆନ୍ ବାସୁଦେବ ଗୋଲ୍ୟାନ୍ ସମସ୍ତ ପୁରସ୍କାର ବିଜେତାଙ୍କୁ ପୁରସ୍କୃତ କରିଥିଲେ।

ଏହି ସଫଳତାରେ ଆନନ୍ଦ ପ୍ରକାଶ କରି କ୍ଲବ୍‌ର ସଭାପତି ଡଃ ସଞ୍ଜୟ ଚୌଧୁରୀ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କ୍ଲବ୍‌ର ସମସ୍ତ ସଦସ୍ୟଙ୍କ ନିଷ୍ଠା, ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ।

ସେ କହିଥିଲେ, “ଏହି ପ୍ଲାଟିନମ୍ କ୍ଲବ୍ ପୁରସ୍କାର କେବଳ ସଭାପତି କିମ୍ବା ସମ୍ପାଦକଙ୍କ ସଫଳତା ନୁହେଁ, ଏହା ଆମ କ୍ଲବ୍‌ର ପ୍ରତ୍ୟେକ ସଦସ୍ୟଙ୍କ ସମ୍ମିଳିତ ପ୍ରୟାସ, ନିଷ୍ଠା ଓ ସେବା ମନୋଭାବର ସ୍ୱୀକୃତି। ସମସ୍ତ ସଦସ୍ୟଙ୍କ ନିରନ୍ତର ସହଯୋଗ ଓ ପରିଶ୍ରମ ପାଇଁ ମୁଁ ହୃଦୟରୁ କୃତଜ୍ଞ। ଆମେ ଏକାଠି ହୋଇ କାର୍ଯ୍ୟ କଲେ ଆଗାମୀ ଦିନରେ ଆହୁରି ଅଧିକ ସଫଳତା ହାସଲ କରିବା ସହ ସମାଜ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରିବା।”

ଭୁବନେଶ୍ୱରର ସର୍ବପୁରାତନ ରୋଟାରୀ କ୍ଲବ୍ ଭାବେ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଦୀର୍ଘବର୍ଷ ଧରି ସମାଜସେବା, ମାନବିକ କାର୍ଯ୍ୟ, ନେତୃତ୍ୱ ଓ ଜନକଲ୍ୟାଣ କ୍ଷେତ୍ରରେ ନିଜର ଗୌରବମୟ ପରମ୍ପରାକୁ ବଜାୟ ରଖିଆସିଛି। ‘ୟୁନାଇଟ୍ ଫର୍ ଗୁଡ୍’ (ଏକତା ମାଧ୍ୟମରେ ମଙ୍ଗଳ) ମନ୍ତ୍ରକୁ ଆଧାର କରି କ୍ଲବ୍ ଆଗାମୀ ଦିନରେ ମଧ୍ୟ ଅଧିକ ଉତ୍ସାହ ଓ ନିଷ୍ଠାର ସହ ସମାଜସେବା ଜାରି ରଖିବାକୁ ସଂକଳ୍ପବଦ୍ଧ।

Leave A Reply

Your email address will not be published.