କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତାରେ ଭଡ଼ାଘରେ ଦୀର୍ଘ ବର୍ଷ ହେବ ରହିଆସୁଥିବା ଗଞ୍ଜାମ ଜିଲ୍ଲାର ୭୫ ବର୍ଷୀୟ ବ୍ୟବସାୟୀ ସିମାଞ୍ଚଳ ସଡ଼ଙ୍ଗୀ ଟିକିରି ଅଞ୍ଚଳରେ ଏକ ଦୋକାନ କରି ରହିଆସୁଥିଲେ. କିଛି ଦିନ ହେବ ଦେହ ଅସୁସ୍ଥ ହେବା କାରଣରୁ ସେ ଦୋକାନ ବନ୍ଦ କରି ଘରେ ରହିଥିଲେ. ଦିନକୁ ଦିନ ଦେହ ଖରାପ ହେବାରୁ ସ୍ଥାନୀୟ ବ୍ୟବସାୟୀ ବିଜୟ ସତପଥୀ ତାଙ୍କୁ ଡାକ୍ତରଖାନା ନେଇ ବିଭିନ୍ନ ସମୟରେ ଚିକିତ୍ସା କରାଇ ସେବା ଶୁଶ୍ରୁଷା କରୁଥିଲେ.
ତେବେ ଘରେ ୧୫ ଦିନରୁ ଅଧିକ ଦିନ ପଡ଼ିରହି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଟିକିରିର ସକାଳ ପ୍ରତିନିଧି ହୃଷିକେଶ ସାହୁଙ୍କ ସହିତ ଯୋଗାଯୋଗ କରାଯାଇଥିଲା. ସେ ତୁରନ୍ତ ପହଞ୍ଚି ଅକ୍ଟୋବର ୨୬ ତାରିଖରେ ଗୁରୁତର ଅବସ୍ଥାରେ ଉଷାପଡ଼ା ସ୍ଥିତ ଉତ୍କଳ ହସ୍ପିଟାଲର ଡାକ୍ତର ରାଜେନ୍ଦ୍ର ମଣ୍ଡଳଙ୍କ ସହ ଯୋଗାଯୋଗ କରି ମେଡିକାଲରେ ଆଡମିଟ୍ କରାଇଥିଲେ।ଦୀର୍ଘ ସାତ ଦିନର ଚିକିତ୍ସା ପରେ ଅର୍ଥାତ୍ ସୋମବାର ଦିନ ସୁସ୍ଥ ହେବା ପରେ ତାଙ୍କୁ ଘରେ ଆଣି ଛାଡ଼ି ଆସିଥିଲେ. ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିବାରୁ ଅଞ୍ଚଳବାସୀ ଡାକ୍ତର ମଣ୍ଡଳଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି.
Sign in
Sign in
Recover your password.
A password will be e-mailed to you.