ଡିସେମ୍ବର ୧୨ ତାରିଖରେ ବର୍ଷର ଚତୁର୍ଥ ତଥା ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ

18

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ଡିସେମ୍ବର ୧୨ତାରିଖରେ ପାରଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ଚତୁର୍ଥ ତଥା ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି।
ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ ବିଚାରଧିନ ମକଦ୍ଦମା ଯଥା :- ଫୌଜଦାରୀ (ସାଲିସ ଯୋଗ୍ୟ) , ଚେକ ବାଉନସ , ସମାଧାନଯୋଗ୍ୟ ଟ୍ରାଫିକ୍ ଚାଲାଣ , ବ୍ୟାଙ୍କ ଋଣ , ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ଶ୍ରମ ବିବାଦ , ଲୋକସେବା ସମ୍ବନ୍ଧୀୟ ମାମଲା , ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ) , ପାରିବାରିକ ବିବାଦ , ଜମି ଅଧିଗ୍ରହଣ , ଚାକିରି ସମ୍ବନ୍ଧୀୟ (ପେନସନ) , ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲାର ବିଚାରଣା ହେବ। ଲୋକ ଅଦାଲତରେ ମକଦ୍ଦମା ଅବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡିବ ନାହିଁ । ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୁଡାନ୍ତ। ଦୀର୍ଘଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ । ସବିଶେଷ ବିବରଣୀ ନିମନ୍ତେ ନୂତନ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ , ପାରଳାଖେମୁଣ୍ଡି , ରା.ଉଦୟଗିରି ଓ ମୋହନା କୋର୍ଟ ପରିସରରେ ଥ‌ିବା ତାଲୁକା ଆଇନ୍ ସେବା କମିଟି କାର୍ଯ୍ୟାଳୟ ସହିତ ଯୋଗଯୋଗ କରିବା ପାଇଁ ଅନୁରୋଧ କରାଯାଉଛି।

Leave A Reply

Your email address will not be published.