କ୍ୟାପଟେନ ବାଣ୍ଟିଲେ ଆବାସ କାର୍ଯ୍ୟଆଦେଶ ଓ ଭତ୍ତା 

0

ଧର୍ମଗଡ଼ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଠାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ୱାରା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୨୮ ଗୋଟି ପଞ୍ଚୟତ ର ହିତାଧିକାରୀ ଉପକୃତ ହୋଇଛନ୍ତି । ୨୪୫ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ,ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ର ଅନ୍ତର୍ଭୁକ୍ତ କରାଯାଇଛି । ୧୨୭ ଜଣକୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହର କାର୍ଯ୍ୟାଦେଶ,୮ ଜଣ ଦିବ୍ୟଙ୍ଗଙ୍କୁ ହୁଇଲ ଚେୟାର ଓ ୮ ଜଣ ବିକଳାଙ୍ଗଙ୍କୁ ବସ ପାସ ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଫୁଣ୍ଡାପାରଙ୍ଗ ପଞ୍ଚାୟତ ପିଇଇ ତ୍ରିଲୋଚନ ନାୟକ, ଧମାନପୁର ସମିତି ସଭ୍ୟ ଇଂ ଦିନେଶ କୁମାର ରାଉତ,ରଙ୍ଗସାପଲି ସରପଞ୍ଚ ସନ୍ତୋଷ ବୁଦ୍ଧିଆ ଯୋଗଦେଇ ଥିବାବେଳେ ଖାଳିଆ କାନି ପିଇଓ ଡମ୍ବୁରୁ ସୁନାନୀ ଏବଂ ଖଳିଆ ପାଲି ପିଇଓ ରମାକାନ୍ତ ମହାପାତ୍ର ସହଯୋଗ କରିଥିଲେ ।

 

Leave A Reply

Your email address will not be published.