ପାଣି ରେ ବୁଡି ଦୁଇ ଯୁବକ ମୃତ୍ୟୁ  

0

ସିନାପାଲି ରୁ ନିରାକାର ମେହେର: ଏକ ଅଘଟଣ ଘଟି ଯାଇଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମହା ଗାଁରେ | ସିନାପାଲି ଓ ମହାଗାଁ ସଂଯୋଗ କରୁଥିବା ଧାଁଙ୍ଗରି ଜୋର ବ୍ରିଜ ନିକଟ ରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇ ଦୁଇ ଯୁବକ ମୃତ୍ୟୁ ବରଣ କରିଛନ୍ତି  !ସୂଚନା ଅନୁସାରେ ଝାରଖଣ୍ଡ ରେ ଚାରିଜଣ ଯୁବକ ବିପିଏଳ ବିଦ୍ୟୁତ ସଂଯୋଗ କାମ ରେ ଶ୍ରମିକ ଭାବେ କାମ କରିବାକୁ ଆସି ସିନାପାଲି ରେ ରହି ଆସୁଥିଲେ !  ସକାଳୁ ଗାଧୋଇ ଯାଇଥିବା ବେଳେ ହଠାତ ଜଣେ ପାଣିରେ ଭାସିଯାଉଥିଲା ତାକୁ ଆଣିବାକୁ ଯାଇ ଅନ୍ୟ ଜଣେ ମଧ୍ୟ ପାଣି ରେ ବୁଡି ଗଲା ! କିଛି ସମୟ ପରେ ଜଣଙ୍କ ର ଶବ  ପାଇଲେ ଓ ଅନ୍ୟ ଜଣ ଙ୍କୁ ସିନାପାଲି ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ପାଣି ରେ ଖୋଜି ବାହାର କରିଥିଲେ  ! ତାଙ୍କ ସାଙ୍ଗ ର କର୍ମଚାରୀ କହିବା ଅନୁସାରେ ସୁଧୀର ବିରୁଆ (30)ଓ ଅନ୍ୟ ଜଣେ ଦୁବଲିଆ ବିରୁଆ (32) | 

Leave A Reply

Your email address will not be published.