କୋକସରା ପଂଚାୟତ ସମିତି ପକ୍ଷରୁ ସ୍ୱାଧୀନତା ଦିବସ

0

ଧର୍ମଗଡ଼ ରୁ ସୁଶାନ୍ତ ରାଉତ-କଳାହାଣ୍ଡି ଜିଲ୍ଲା କୋକସରା ପଂଚାୟତ ସମିତି ତରଫରୁ 73 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଆଜି କୋକସରା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସଭ୍ୟା ରାଣୀ ବାଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ l କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ ର ଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ l ଏହି ଅବସରରେ ଅଧ୍ୟକ୍ଷା ଦେଶ ସ୍ୱାଧୀନତା ବିଷୟରେ ସମ୍ୟକ ଉଦ୍ବୋଧନ ଦେଇ ପଂଚାୟତ ସମିତି ମାଧ୍ୟମରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ l ସେହିପରି ଧର୍ମଗଡ଼ ବିଧାୟକ ଶ୍ରୀ ମହୋଷଧି ବାଗ ମହାଶୟ ଵିଜେଡି କାର୍ଯ୍ୟାଳୟ ରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଆଗାମୀ ଦିନରେ ଅଂଚଳର ସମସ୍ତ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଜନସାଧାରଣ ଙ୍କ ସହଯୋଗ ରେ ତାର ସମାଧାନ ପୂର୍ବକ ଉଚିତ ପଦକ୍ଷେପ ନିଆ ଯିବ ବୋଲି ଉଦ୍ବୋଧନ ଦେଇ ଥିଲେ ଓ କୋକସରା ଗୋଷ୍ଟୀସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀ ମାନଙ୍କୁ ଫଳ ମୂଳ ବଣ୍ଟନ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରେଇବା ପାଇଁ ଆଲୋଚନା କରିଥିଲେ  ।

ଏହି ଅବସରରେକୋକସରା ବିଡ଼ିଓ ବସନ୍ତ କୁମାର ସେଠି,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ,କୋକସରା ଥାନାଧିକାରୀ ସୂର୍ଯ୍ୟନାରାୟଣ ପ୍ରଧାନ,କୋକସରା କଲେଜଅଧ୍ୟକ୍ଷ  ଗୋବର୍ଧନ ବାଗ,ଐଁରୀନାଶନ ଚିନଦା,ସମାଜସେବୀ,ପର୍ଶୁରାମ ପ୍ରଧାନୀ,ପୁରୁଷୋତ୍ତମ ଗୁପ୍ତା,ସମିତି ସଭ୍ୟ କୋକସରା ତ୍ରିଭୁବନ ନାଏକ, ପ୍ରମୁଖ ଉପସ୍ଥିତ ଥିଲେ ।

କୋକସରା ସରସ୍ବତୀ ଶିଶୁମନ୍ଦିର ର ପ୍ରଧାନ ଗୁରୁଜୀ ଦେବାନନ୍ଦ  ରାଉତ ଉପସ୍ଥାପନା ଓ ମଞ୍ଚ ପରିଚାଳନା କରିଥିଲେ ଭିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପରେଡ କରିଥିଲେ ,ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ହୋଇ ଥିବା ପ୍ରତିଯୋଗିତା ମାନଙ୍କରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସାନମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.