ଜରାଳୀ ନଦୀରୁ ଅଜଣା ଶବ ଉଦ୍ଧାର 

0

ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ସହର ମଧ୍ୟଦେଇ ପ୍ରବାହିତ ଜରାଳୀ ନଦୀର ତକଟପୁର ଭିଆଇପି କଲୋନୀ ନିକଟରେ ଆଜି ଏକ ଯୁବତୀର ଶବ ଉଦ୍ଧାର କରାଯାଇଛି । ଆଜି ସକାଳେ ସ୍ଥାନୀୟ ବାସିନ୍ଦା  ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ଲକ୍ଷ୍ମୀପୋଷି ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପିଆରଏମ୍ ମେଡିକାଲ ପଠାଇଛି।  ମୃତ ଯୁବତୀର ପରିଚୟ ଜଣା ପଡ଼ିନାହିଁ ଏବଂ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଛି |

Leave A Reply

Your email address will not be published.