ଓଡଗାଁ ଅଂଚଳରେ ସ୍ୱାଧିନତା ଦିବସ ପାଳିତ 

0

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର)ଓଡଗାଁ ସ୍ଥାନୀୟ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଓଡଗାଁ ବ୍ଲକ ଚେୟାରମ୍ୟାନ ମମତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ । ଅନେକ ମହାପୁରୁଷ ପ୍ରାଣବଳି ଦେଇ ଆମପାଇଁ ଆଣିଦେଇଥିଲେ ଏ ସ୍ୱାଧିନତା  । ତୁମେ ହେଉଛ ଆଗାମୀ କାଲିର ନାଗରୀକ । ତୁମେ ଚାହିଁଲେ ଏ ସ୍ୱାଧିନ ଭାରତକୁ ଅଧିକ ବଳିଷ୍ଠ କରି ଗଢିତୋଳିବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି କହିଥିଲେ । ସେହିପରି ଓଡଗାଁ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଅଧ୍ୟକ୍ଷା ମମତା ବେହେରା, ଗ୍ରାମ୍ୟ ନ୍ୟାୟାଳୟର ନ୍ୟାଧିକାରୀ ସୁମିତ୍ରା ସାହୁ, ତହସିଲ ଅଫିସ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ତହସିଲଦାର ପ୍ରମୋଦ କୁମାର ନାୟକ, ବିଜ୍ଞାପିତ ଅଂଚଳ ପରିଷଦରେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ରଘୁନାଥ ସମବାୟ ମହାବିଦ୍ୟାଳୟ ଏବଂ ସ୍ଥାନୀୟ ସାହାରା ଅଫିସରେ ଭାରପ୍ରାପ୍ତ ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ପି ମି ଟି ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ନାରାୟଣ ପାଣିଗ୍ରାହୀ ଏବଂ କନିଷ୍ଠ ମହାବିଦ୍ୟାଳୟରେ ଚେୟାରମ୍ୟାନ ଉଲ୍ଲାସ ପ୍ରଧାନ, ସରକାରୀ ଡାକ୍ତର ଖାନାରେ ଡା. ବଳରାମ ପ୍ରଧାନ, ବନାଚଂଳ କାର୍ଯ୍ୟାଳୟରେ ରବିନ୍ଦ୍ର ନାଥ ପଣ୍ଡା, ରଘୁନାଥ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ପ୍ରସନ୍ନ ପ୍ରଧାନ, ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିପ୍ରିୟା ଦେବୀ, ଗାୟତ୍ରୀ ବିଦ୍ୟା ମନ୍ଦିରରେ ଯୁବଦ୍ୟୋଗୀ ଶୁଭକାନ୍ତ ଚୈାଧୁରୀ, ସ୍ଥାନୀୟ ଅଟୋ ଆସୋସିଏସନରେ ଆଡଭୋକେଟ ଗୋବିନ୍ଦ ଚନ୍ଦ୍ର ସାହୁ ପତାକା ଉତୋଳନ କରିବା ସହିତ ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ ସମସ୍ତ ଘରୋଇ ତଥା ସରକାରୀ ଅନୁଷ୍ଠାନ ମାନଙ୍କରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । 

Leave A Reply

Your email address will not be published.