ଦ୍ୱାରଶୁଣି ଘାଟିର ପ୍ରଥମ ମୋଡ଼ରେ ହଜିଗଲା ଦୁଇ ଜୀବନ

0

ବୋଲେବମ ଯାତ୍ରା  ପାଲଟିଲା ଶେଷ ଯାତ୍ରା

ବାରିପଦା(ଦିଲ୍ଲୀପ ମହାନ୍ତି )- ଶିବ ଭକ୍ତର ବୋଲବମ ଯାତ୍ରା  ଶେଷ ଯାତ୍ରାରେ ପରିଣତ ହେଲା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ  ୧୧ ଜଣ ବୋଲେବମ ଭକ୍ତ ବୋଲେରୋ ଗାଡ଼ିରେ ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ବାହାରିଥିଲେ ବଲାଙ୍ଗୀର ସ୍ଥିତ ଗୁପ୍ତେଶ୍ଵର ଶିବ ମନ୍ଦିରରେ  ବାବା ଭୋଳାନାଥଙ୍କୁ ଦର୍ଶନ ପୂର୍ବକ ଜଳାଭିଷେକ କରାଇବା ଉଦ୍ଦେଶ୍ୟରେ । ମାତ୍ର ଭାଗ୍ୟର ବିଡମ୍ବନା କାରଣରୁ ଏହା ତାଙ୍କ ଜୀବନର ଅନ୍ତିମ ଯାତ୍ରାରେ ପରିଣତ ହେଲା ବାଙ୍ଗିରିପୋଷିସ୍ଥିତ ଦ୍ୱାରଶୁଣି ଘାଟିର ପ୍ରଥମ ମୋଡ଼ରେ । ବିପରୀତ ଦିଗରୁ ଆସୁଥିବା ହଜାରିବାଗ ଅଞ୍ଚଳର ଜେ ଏଚ ୦୨ ଏଏମ୍ ୭୮୦୬ ନମ୍ବର ବିଶିଷ୍ଟ ଏକ ୧୨ ଚକିଆ ଟ୍ରକ ସହ ସେମାନଙ୍କ ଓଡ଼ି ୧୧ଇ ୧୨୮୪ ନମ୍ବର ବିଶିଷ୍ଟ ବୋଲେରୋ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବୋଲେରୋ ଗାଡିର ଚାଳକ ତଥା ମାଲିକ ସହ ଅନ୍ୟ  ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ଦୁଇଜଣ ହେଲେ ରଞ୍ଜିତ କୁମାର ରାମ ଓ ଶିବ ଶଙ୍କର ସାହୁ। ଏଥିସହିତ ବୋଲେରୋ ମଧ୍ୟରେ ଥିବା  ଅନ୍ୟ ୯ ଜଣ ଭକ୍ତ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଦେବାଶିଷ ରଣା ,  ଅମରେଶ ଗିରି, ବିଜେନ୍ଦ୍ର ସାହୁ , ରାଧାଗୋବିନ୍ଦ ମହାନ୍ତ , ଅନ୍ତର୍ଯ୍ୟାମୀ ବେହେରା , ଅଭିଜିତ ସାହୁ , ସ୍ୱରୂପ ମହାନ୍ତି ଓ ଗୋପୀନାଥ ସାହୁଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ  ଗୋପୀନାଥ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଚିକିତ୍ସା କରୁଥିବା ଡାକ୍ତର କଟକ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଇଦେଇଥିବା ବେଳେ  କ୍ରିଷ୍ଣା ଦତ୍ତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ଚିକିତ୍ସା କରାଯାଉଥିବାର ଜଣାପଡିଛି ।

Leave A Reply

Your email address will not be published.