ଗଞ୍ଜମରେ “ଗୁଣୁପୁରିଆ” ଙ୍କ ରିଲିଫ ବଣ୍ଟନ।

16

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଥିବା “ଆମେ ଗୁଣୁପୁରିଆ” ଗ୍ରୁପ୍ ପକ୍ଷରୁ ଗଞ୍ଜାମ ଅଞ୍ଚଳରେ ରିଲିଫ୍ ବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।ସୂଚନା ଯୋଗ୍ୟ ଯେ “ଅର୍ଣ୍ଣବ” ପ୍ରଳୟଙ୍କାରୀ ବାତ୍ୟାରେ ଓଡ଼ିଶାର ଗଞ୍ଜମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜମ୍ ବାସୀଙ୍କୁ କିଛି ସାହାଯ୍ୟ କରିବା ଉଦ୍ଧେଶ୍ୟରେ” ଆମେ ଗୁଣୁପୁରିଆ” ଗ୍ରୁପ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗୁଣୁପୁର ଅଞ୍ଚଳ ବାସୀଙ୍କୁ ସାହାଯ୍ଯ ର ହାତ ବଢାଇବା ପାଇଁ ନିବେଦନ କରାଯାଇଥିଲା। ବହୁ ବଦାନ୍ୟ ବ୍ୟକ୍ତି ଗଞ୍ଜମ କୁ ସାହାଯ୍ଯ କରିବା ପାଇଁ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଯୋଗାଇ ଦେଇଥିଲେ।ଏହି ଅବସରରେ ଆଜି ଭୋର୍ ସକାଳୁ ୧୦ ଗୋଟି ଗାଡିରେ ପ୍ରାୟ ୫୦ ଜଣ ବ୍ଯକ୍ତି ଗଞ୍ଜମ ଅଞ୍ଚଳର ପାର୍ସମ୍ବା, ଖରଖରିଆ ଓ ମେଣ୍ଟ ଗ୍ରାମକୁ ଯାଇ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଓ ଔଷଧ ପ୍ରଦାନ କରିଛନ୍ତି । ଆମେ ଗୁଣୁପୁରିଆ ଗ୍ରୁପ ପକ୍ଷରୁ ନିଆଯାଇଥିବା ଏହି ମହତ୍ କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ସାଧୁବାଦ୍ ଜଣାଇଥିବା ବେଳେ ବିଭିନ୍ନ ଅଞ୍ଚଳ ବାସୀ ମଧ୍ଯ ଭାରି ପ୍ରସଂଶା କରିଛନ୍ତି।ଏହି ରିଲିଫ ବଣ୍ଟନ କାର୍ଯ୍ୟକୁ ସଫଳ କରିବା ପାଇଁ ଯୁବ ନେତା ରଞ୍ଜିତ ପାଢି ନେତୃତ୍ବ ନେଇଥିଲେ। ଗୁଣୁପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବୀ ଓ ବ୍ୟବସାୟି ମଧ୍ଯ ସାହାଯ୍ଯ ର ହାତ ବଢାଇଛନ୍ତି। ଏହି ରିଲିଫ ବଣ୍ଟନ ପାଇଁ ଗୁଣୁପୁର ସହରରୁ ଗଜା ପାଳ, ସୁବୁଦ୍ଧି ଅନିଲ, ରାମ ପଣ୍ଡା, ଅଜିତ ପଣ୍ଡା, ଇପିଲି ସବରିସ୍, ସନ୍ତୁ ପଟନାୟକ, ଗୌତମ ବିଶୋଇ, ଜିତୁ ନାୟକ, ସୁମନ ପାତ୍ର, ଟିଙ୍କୁ ପଣ୍ଡା, ଦୀପୁ ପଟନାୟକ, ବୁଲୁ ପାଢି, ଟୁନା ମିଶ୍ର, ଟୁକୁରୁ ପାଣିଗ୍ରାହୀ, ମୁନା ପାଢି, ସି ଏଚ୍ ଶ୍ରୀନୁ ପ୍ରମୁଖ ଗଞ୍ଜମ୍ ଗ୍ରସ୍ତରେ ଯାଇ ରିଲିଫ୍ ବଣ୍ଟନ କରିଛନ୍ତି।

Leave A Reply

Your email address will not be published.