ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ

0

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଓଡିଶା ଉଚ୍ଚନ୍ୟାୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲାରେ ଥିବା ୭୦ଜଣ ପାରାଲିଗାଲ ସ୍ୱେଚ୍ଛାସେବୀ ମାନେ ପ୍ରତ୍ୟେକ ୧୦ଟି ଗଛ ହିସାବରେ ୭ଶହ ଟି ଗଛ ବିଭିନ୍ନ ଗ୍ରାମର ମନ୍ଦିର,ରାସ୍ତା କଡ,ପାର୍କ ଓ ବିଦ୍ୟାଳୟ ମାନଙ୍କରେ ରୋପଣ କରିଥିଲେ।ଏଥି ସହିତ ଜିଲ୍ଲାରେ ଥିବା ୧୭ଟି ବିଦ୍ୟାଳୟର ଲିଗାଲ ରିଟରାସି କ୍ଲବର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ସେହିପରି ଜଗତସିଂହପୁର ଜିଲ୍ଲାଜଜ୍ ଆନନ୍ଦ ଚରଣ ବେହେରାଙ୍କ ତତ୍ୱାବଧାନରେ ନୂତନ କୋର୍ଟ ପ୍ରାଙ୍ଗଣରେ ୫୦ଟି ଗଛ ଲଗାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତର ଜଜ୍ ଡକ୍ଟର ଜୀବନ ଜ୍ୟୋତି ରଥ,ଏଡିଜେ ମୁନ୍ ରାଣୀ ମିଶ୍ର,ସବଜଜ୍ ଶଶୀରେଖା ମିଶ୍ର, ମହିଳା କୋର୍ଟ ଜଜ୍ ଅନ୍ନପୂର୍ଣ୍ଣା ନାୟକ,ରେଜିଷ୍ଟାର ମହାଶ୍ୱେତା ପରିଜା,ମୁନସିଫ୍ ନିଶା ସାମଲ,ଏସ୍ ଡି ଜେ ଏମ୍ ଋତୁପୂର୍ଣ୍ଣା ମିଶ୍ର,ଜେ ଏମ୍ ଏଫ୍ ସି ନିରଞ୍ଜନ ଦାସ ଯୋଗଦେଇଥିଲେ।।ପ୍ରାଧିକରଣର ସମ୍ପାଦକ କମଳାକାନ୍ତ ରାଉତ ଏବଂ ଜଗତସିଂହପୁର ରେଞ୍ଜ କାର୍ଯ୍ୟାଳୟର କର୍ମଚାରୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.