ଡକାୟତି ଯୋଜନା କୁ ପଣ୍ଡ କଲା ବସ୍ତା ପୋଲିସ: ମରଣାସ୍ତ୍ର ସହ ତିନିଜଣ ଗିରଫ, ତିନି ଜଣ ଖସି ପଳାଇବାରେ ସଫଳ ।

9

-ବସ୍ତା 2/11: ବାଲେଶ୍ୱର ଜିଲ୍ଲା ବସ୍ତା ଏସଡିପିଓ ଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ସାମ୍ବା ଦିକ ସମ୍ମିଳନୀ ଅନୁଷ୍ଠିତ। ସୂଚନା ଥାଉ କି ଯେ, ବସ୍ତା ତଥା ଆଖ ପାଖ ଅଞ୍ଚଳ ସହିତ ରାଜପଥ ଉପରେ ବେଶ କିଛିଦିନ ଧରି ଚୋରି,ଡକାୟତି ଓ ରାହାଜାନି ବଢ଼ି ବଢ଼ି ଚାଲିଥିବା ବେଳେ ପୋଲିସ ତୀକ୍ଷ୍ଣ ନଜର ରଖି ଥିଲା।ତେବେ ଗତକାଲି ରାତି ବାରଟା ପଚାଶ ମିନିଟ ସମୟରେ ହଳଦୀପଦା ବାୟ ପାସ ନିକଟରେ କିଛି ଯୁବକ ଡକାୟତି ପାଇଁ ପ୍ରସ୍ତୁତି ହେଉଥିବା ବିଶେଷ ସୂତରୁ ଖବର ପାଇ ବସ୍ତା ଥାନା ଆଇ ଆଇ ସି ରଂଜିତ ସାହୁ ଏବଂ ଏସ ଡିପିଓ ସମର୍ଥ କୁମାର ବେହେରାଙ୍କ ନିର୍ଦେଶ କ୍ରମେ ଏସ ଆଇ ସନ୍ଦୀପ କୁଜୁର ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।ହେଲେ ସେଠାରୁ ଛଅ ଜଣ ଯୁବକ ଏକତ୍ରିତ ହୋଇ ହଳଦୀପଦା ଶ୍ରୀ ରାମ ପେଟ୍ରୋଲ ପମ୍ପରେ ଡାକୟତି କରିବା ପାଇଁ ଯୋଜନା କରୁଥିଲେ ବେଳେ ପୋଲିସ ଟିମ ତିନି ଜଣଙ୍କୁ ଅଭିଯୁକ୍ତଙ୍କୁ କୌଶଳ କ୍ରମେ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୩ ଜଣ ଅନ୍ଧାରର ସୁଯୋଗ ନେଇ ଖସି ପଳାଇ ବାରେ ସଫଳ ହୋଇଥିଲେ।ପୋଲିସ ଦୃବୃତ୍ତ ମାନଙ୍କୁ ​ପଚରା ଉଚରା କରିବା ପରେ ସେମାନେ ପ୍ରକାଶ କରିଥିଲେ କି ଯେ, ସେମାନେ ରାକେଶ ସେନାପତି,ଗଣା ଦେହୁରୀ ଏବଂ ପରଞ୍ଜୟ ଦାସଙ୍କ ଦ୍ୱାରା ପରିଚାଳିତ ‘ଆର.ଜି.କମ୍ପାନୀ’ ନାମକ ଏକ କୁଖ୍ୟାତ ଗ୍ୟାଙ୍ଗର ସଦସ୍ୟ।ଏହି ଗ୍ୟାଙ୍ଗର ଲୋକମାନେ ଏକ ଇନଷ୍ଟାଗ୍ରାମ ଗ୍ରୁପ ମାଧ୍ୟମରେ ଯୋଗାଯୋଗ କରି ବାଟମାରଣା, ଅପହରଣ ଏବଂ ଭୟଭୀତ କରି ବେଆଇନ ଭାବେ ଅର୍ଥ ଆଦାୟ କରିବା ଭଳି ଅପରାଧରେ ଜଡ଼ିତ ଅଛନ୍ତି। ସେମାନଙ୍କ ଠାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର,ମୋବାଇଲ ଫୋନ ଏବଂ ଏକ କାରକୁ ଜବତ କରା ଯାଇଥିଲା।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ଫୁଲାଡ଼ି ଗ୍ରାମର ଶରତ ନାୟକଙ୍କ (26) ବର୍ଷର ପୁଅ ମନୋଜ କୁମାର ନାୟକ,ସଦର ଥାନା ବାରଙ୍ଗିଆ ଗ୍ରାମ ର ଗଣନାଥ ବାରିକଙ୍କ(26)ବର୍ଷର ପୁତ୍ର ଜୟନ୍ତ ବାରିକ ଏବଂ ବସ୍ତା ଥାନା ଗୋବିନ୍ଦା ଗ୍ରାମର ସ୍ବର୍ଗତ ଜଗନ୍ନାଥ ଜେନାଙ୍କ (27) ବର୍ଷର ପୁତ୍ର ପବନା ଜେନା @ ଡାନିଏଲ,ବୋଲି ଜଣାପଡିଛି.ସେମାନଙ୍କ ନାମରେ ବସ୍ତା,ରୁପ୍ସା,ସଦର,ରେମୁଣା, ସହଦେଵଖୁଣ୍ଟା,ଟାଉନ,ଇଣ୍ଡାଷ୍ଟ୍ରିଆଲ,ଚାନ୍ଦିପୁର ଏବଂ ନୀଳଗିରି ଥାନାରେ ଏକାଧିକ ମାମଲା ରହିଥିବା ବେଳେ ବସ୍ତା ଥାନା କେଶ ନମ୍ବର 534/26 ମୂଳେ ଆସାମୀ ମାନଙ୍କୁ କୋର୍ଟ ପଠାଯାଇ ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ତେବେ ବାଲେଶ୍ୱର ପୋଲିସ ଚୋରି,ଡକାୟତି ଓ ରାହାଯାନୀ ରୋକିବା ସହିତ ଚୋରି ରୋକିବା ଦିଗରେ ଏକ ଟିମ ପ୍ରସ୍ତୁତ କରାଯାଇଛି। ତଦନ୍ତ ଚାଲିଛି ଅନ୍ୟ ଦୃବୃତ୍ତଙ୍କୁ ଅତିଶୀଘ୍ର ଧରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧକ୍ଷ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.