ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଶିଶୁ ସୁର୍ଲହ୍ୟା ୟୁନିଟ ପକ୍ଷରୁ “”କିଶୋର ନ୍ୟାୟ ଆଇନ ଉପରେ ସାମ୍ବାଦିକ ମାନଂକ ଭୂମିକା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା , ଯୋଗ ଦେଇ ଶିଶୁ ମାନଂକ ଯତ୍ନ , ସୁରକ୍ଷା ଓ ମୌଳିକ ଅଧିକାର ଗୁଡ଼ିକ ଉପରେ କହି , ଏ ଦିଗରେ କାର୍ଯ୍ୟରତ ସାମ୍ବାଦିକ ମାନଂକ ଭୂମିକା ଉପରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଏବଂ ପ୍ରଶିକ୍ଷକ ଭାବେ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶିଶୁ କିଏ , ସେମାନଙ୍କ ଯତ୍ନ ଓ ସୁରକ୍ଷା , ବିଭିନ୍ନ ଅଧିକାର , ଗଜପତି ଜିଲ୍ଲାରେ ମୁଖ୍ୟତଃ କେଉଁ ସବୁ ଶିଶୁ ସୁରକ୍ଷା ସମସ୍ୟା ଓ ପ୍ରସଙ୍ଗ ଗୁଡ଼ିକ ଦେଖିବାକୁ ମିଳିଥାଏ , ଏ ଦିଗରେ ଗଣ-ମାଧ୍ୟମର ଭୂମିକା କିଭଳି ରହିବା ଆବଶ୍ୟକ ଏବଂ ଆଇନ ପ୍ରକାରେ ପିଡ଼ୀତା ଶିଶୁ ମାନଙ୍କ ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତାକୂ କିଭଳି ପ୍ରଘଟ ଓ ପ୍ରକାଶିତ ନ କରିବା ଉଚିତ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।
ଏହି ସମସ୍ତ ଉପରେ ସନ୍ଧେହ ଥିବା ପ୍ରଶ୍ନ ଗୁଡିକୁ ନେଇ ଏକ ଖୋଲା ଆଲୋଚନା କରାଯାଇ ଉତ୍ତର ରଖାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସମସ୍ତ ବ୍ଲକ ଅଂଚଳର କାର୍ଯ୍ୟରତ ସାମ୍ବାଦିକ ଓ ସାମାଜିକ କର୍ମୀ ଓ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.