ଛି ଛି ….କେତେ ବର୍ବର ହୋଇଯାଉଛି ଏ ମଣିଷ

0

ସୁନ୍ଦରଗଡ଼/(ହୋରାଚାନ୍ଦ ଦେଉରିଆ ) ହେମଗିରି ଅଞ୍ଚଳରେ ଲଜ୍ଜା, ଜଣେ ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ।  ହେମଗିରି ଥାନା ଗୋପାଳପୁର  କଲୋନୀ ପଡ଼ା ଅଞ୍ଚଳର ଏହି ନାବାଳିକା ଗତ ଶନିବାର ଦିନ ସଂନ୍ଧ୍ୟା ରୁ ନିଖୋଜ ଥିଲେ। ଘର ଲୋକେ ଖୋଜା ଖୋଜି କରି ନପାଇବାରୁ   ଆଜି ସକାଳୁ ଥାନା ରେ ନିଖୋଜ ଏତଲା ଦେଇଥିଲେ। ସନ୍ଧ୍ୟାରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗୋପାଳପୁର ଜଙ୍ଗଲ କୁ ଗଲା ପରେ ସେଠାରେ ନାବାଳିକା ର ଉଲଗ୍ନ ଅବସ୍ଥାରେ ଅର୍ଦ୍ଧ ଗଳିତ ଶବ ଠାବ କରିଥିଲା । ପରିବାର ଲୋକ ଚିହ୍ନଟ କଲା ପରେ ନାବାଳିକା ର ପରିଚୟ ଜଣାପଡିଥିଲା । ପାରିପାର୍ଶ୍ବିକ ପରିସ୍ଥିତି ରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ମାମଲା ରୁଜ୍ଜୁ କରି ତନାଘନା ଆରମ୍ଭ କରିଛି।

Leave A Reply

Your email address will not be published.