ମା’ ଗଜଲକ୍ଷ୍ମୀ ପୂଜା-୨୦୨୬ରେ ଉତ୍କୃଷ୍ଟ ସେବା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ମାନିତ ହେଲା TPCODL

33

ଢେଙ୍କାନାଳ: ମା’ ଗଜଲକ୍ଷ୍ମୀ ପୂଜା-୨୦୨୬ର ସମାପନୀ ଉତ୍ସବ ଅବସରରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ TPCODL କୁ ସମ୍ମାନିତ କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ADM) ଓ ଆରକ୍ଷୀ ଅଧୀକ୍ଷକ (SP) ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୂଜା ଅବଧିରେ ନିରବଚ୍ଛିନ୍ନ, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ସହ ଜନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ TPCODL ଟିମ୍ ଯେଉଁ ନିଷ୍ଠାସହକାରେ କାର୍ଯ୍ୟ କରିଥିଲା, ତା’ର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ମିଳିଛି । ଏହି ସମ୍ମାନ ଟିପିସିଓଡିଏଲ ର ପ୍ରତ୍ୟେକ ସଦସ୍ୟଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଉତ୍ତମ ସମନ୍ୱୟର ପ୍ରତୀକ। ଆଗାମୀ ଦିନରେ ମଧ୍ୟ ଜନସାଧାରଣଙ୍କୁ ନିରନ୍ତର ଉତ୍ତମ ସେବା ଯୋଗାଇ ଦେବାକୁ TPCODL ପ୍ରତିବଦ୍ଧ ବୋଲି ଡିସକମ ପକ୍ଷରୁ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.