ପ୍ରତୀକ୍ଷା , କେଉଁ ପୀଠେ କି ଲୀଳା ରଚିବେ ରସ ଶେଖର

0

ଭୁବନେଶ୍ୱର : ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନକୁ ତୀର୍ଥ କରି ଯାଇଥିବା ପରମପ୍ରେମମୟ ଲୀଳାମୟ ବାରିମୂଳପୀଠ ବିଜେ ରେବତୀକାନ୍ତ ବାହୁଡୁଛନ୍ତି । ମାନେ ମୈଦାନରେ ଖେଳା ପାଇଁ ସାରଥୀ ହାଜର ହେବେ, ଖେଳ ଦେଖିବାକୁ ବି ଭକ୍ତ ହଜାର ହଜାର | ହେଲେ ପଡିଆ ବଦଳି ପାରେ | କାରଣ ତାଙ୍କ ବିଜେସ୍ଥଳୀ ବାରିମୂଳ ଫେରିବାକୁ ଲୀଳାମୟଙ୍କୁ ବାରଣ କରିଛନ୍ତି ମାନ୍ୟବର ଅଦାଲତ ।  କୌଣସି ଧର୍ମସଭା କିମ୍ବା ନିଜକୁ ଆଉ ଭଗବାନ ବୋଲି କହିବାରୁ ନିବୃତ୍ତ ରହିବାକୁ ରହିଛି ସର୍ତ୍ତ । ହେଲେ ସଭା ସମିତି କରିବା କଣ ଦରକାର, ପ୍ରଭୁ ଯେଉଁଠି ରହିବେ ସେଠିତ ଜମିବା ଭିଡ | ସେ ନିଜେ ନିଜକୁ ଭଗବାନ ବୋଲି କହିବା ଦରକାର ନାହିଁ, ତାଙ୍କ ଭକ୍ତମାନେ ତା ଅଛନ୍ତି ତାଙ୍କୁ ଭଗବାନ ବୋଲି କହିବାକୁ | ନହେଲେ ଜଣେ ଭକ୍ତ ପ୍ରେମମୟଙ୍କ ଜାମିନ ଆଦେଶ ଶୁଣି ୫୦୦୦ ତାଙ୍କର ମିଠା ବାଣ୍ଟିଥାନ୍ତେ !! ହେଲେ ବାରିମୂଳ ବ୍ୟତିରେକ କରିଥି ବିଜେ ହୋଇ କି ଲୀଳା ରଚିବେ ତାକୁଇ ଆପେଷା |

କେବେ ଆବିର୍ଭାବ ହୋଇବେ ପ୍ରଭୁ ରେବତୀକାନ୍ତ
ଚାତକ ପରାୟେ ଚାହିଁକି ରହିଛନ୍ତି ଭକତ
କୃଷ୍ଣଙ୍କ ଜନ୍ମଶାଳାରୁ ପ୍ରଭୁ ହେବ ବାହାର
ବାରିମୂଳ ଧନ୍ୟ ହୋଇବ ପାଇଁ ସ୍ପର୍ଶ ତାଙ୍କର
ବାରିମୂଳ ନହେଲା ନାହିଁ ଯହିଁ ହେବ ଆସ୍ଥାନ
ପୁଣି ମାନ୍ୟବରଙ୍କ ଲୀଳା ହୋଇବ ଯେ ଭିଆଣ
କେବେ ପଦରଜ ପାଇଁ ଜୀବ ହୋଇବ ଧନ୍ୟ
କେବେ ଆଣ୍ଠୁଆ ଗୋପାଳଙ୍କୁ ହୋଇବେ ସମର୍ପଣ
ସିମେଣ୍ଟ ଗାଈରୁ ପ୍ରସାଦେ ଦୁଗ୍ଧ କରି ସେବନ
ପ୍ରଭୁଙ୍କ ନିରୋଳା ସେବାରେ ହୋଇବେ ସମର୍ପଣ

Leave A Reply

Your email address will not be published.