ବିଏଲଓଙ୍କୁ ଲହୁ ଲୁହାଣ ମାଡ଼, ହସ୍ପିଟାଲରେ ଭର୍ତ୍ତି

43

ବରଗଡ/ ଗୌରାଙ୍ଗ ଦାସ-: ଝାରବନ୍ଧ ବ୍ଲକ ବଡ଼ଅନକି ଠାରେ କାର୍ଯ୍ୟରତ ଜଣେ ବିଏଲଓଙ୍କୁ ଲହୁ ଲୁହାଣ ମାଡ଼ ମାରିଥିବା ଜଣା ପଡିଛି l ସୂଚନା ଅନୁସାରେ ବଡ଼ଅନକି ବିଦ୍ୟାଳୟ ର ଶିକ୍ଷକ ଶ୍ରୀ କୃପାସିନ୍ଧୁ ବରିହା ଉକ୍ତ ଅଞ୍ଚଳରେ ବିଏଲଓ ଭାବରେ କାର୍ଯ୍ୟରତ ଥିଲେ | ଆଜି ଗାଁ ରେ ଘର ଘର ବୁଲି ନିଜର ଡିଉଟି କରୁଥିବା ସମୟରେ ଜଣେ ଯୁବକ ସହ ଭୋଟର ତାଲିକା ରୁ କଟାକୁ ନେଇ  ବଚସା ହୋଇଥିଲା ଏବଂ ତାଙ୍କୁ ଲହୁ ଲୁହାଣ ମାଡ଼ ମରାଯାଇଥିଲା l କିଛି ଲୋକ ତାଙ୍କୁ ଉଦ୍ଧlର କରି ଆମ୍ବୁଲାନ୍ସ କୁ ଡାକି ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିଲେ l ଝାରବନ୍ଧ ବିଡ଼ିଓ ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା ଖବର ପାଇ ବିଏଲଓଙ୍କୁ ଭେଟିଥିଲେ | ହେଲେ କେଉଁ କାରଣରୁ ମାଡ଼ ହୋଇଛି ତାହା ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଜଣା ପଡିବ ବୋଲି ପ୍ରକାଶ କରିଥିଲେ l

Leave A Reply

Your email address will not be published.