୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ ପାଇଁ ଅନ୍ଲାଇନରେ ଟିକଟ ବିକ୍ରି ଆରମ୍ଭ

0

ଭୁବନେଶ୍ୱର, (ଶାସକ ପ୍ରଶାସକ): କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ  ଚଳିତ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ହେଉଥିବା  ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ ପାଇଁ ଅନ୍ଲାଇନ୍ ଟିକଟବିକି୍ର ଆରମ୍ଭ ହୋଇଛିା କ୍ରୀଡା ପ୍ରେମୀମାନେ www.paytm.com ଓ www.insider.inରେ ଟିକଟ କିଣି ଜୁଲାଇ ୧୫ ତାରିଖ ପରଠାରୁ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ୍ ରେ  ଖୋଲିଥିବା ବକ୍ସ ଅଫିସରୁ ପ୍ରକୃତ ଟିକଟ ସଂଗ୍ରହ କରିବୋ ଏହି ଟିକଟ ଷ୍ଟାଡିୟମରେ ପ୍ରବେଶ ପାଇଁବାଧ୍ୟତାମୂଳକ ଅଟୋ
 ପ୍ରତି ଦିନ ପାଇଁ ଟିକଟର ମୂଲ୍ୟ ୫୦ ଟଙ୍କା ଓ ୧୦୦ ଟଙ୍କା ରହିଥିବାବେଳେ ସମସ୍ତ ୬ ଦିନ ପାଇଁ ଏକକାଳୀନ ଟିକଟର ମୂଲ୍ୟ ୨୦୦ ଟଙ୍କା ଏବଂ ୪୦୦ ଟଙ୍କା ରହିଛିା ଏହି ଚାମ୍ପିଅନସିପରେ  ଉଭୟ ପୁରୁଷ ଓ ମହିଳା ତଥାବ୍ୟକ୍ତିଗତ ଓ ଦଳଗତ ଖେଳ ଜୁଲାଇ ୧୭ ତାରିଖରୁ ଆରମ୍ଭ ହେବା ଅନ୍ଲାଇନ୍ ଟିକଟବିକ୍ରିର ଶୁଭାରମ୍ଭ କରି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେଯେ  ଚାମ୍ପିଅନସିପ ଆରମ୍ଭ ହେବାକୁ ଅଳ୍ପ ଦିନ ଥିବାବେଳେ ଅନ୍ଲାଇନ୍ ଟିକଟ ବିକ୍ରି  କ୍ରୀଡ଼ାେ ପ୍ରମୀମାନଙ୍କ ପ୍ରତୀକ୍ଷାର ଅନ୍ତ କରିଛିା ଏହି ଅନ୍ଲାଇନ୍ ବୁକିଂ ଯୋଗୁ  କ୍ରୀଡ଼ାେ ପ୍ରମୀମାନେ ଟିକଟ କିଣିବା ଓ ପ୍ରକୃତ ଟିକଟ ସଂଗ୍ରହ କରିବା ସହଜ ହୋଇ ପାରିବା କ୍ରୀଡ଼ାେ ପ୍ରମୀମାନେ ଷ୍ଟାଡିୟମରେ  ଉପସ୍ଥିତ ରହି ସେମାନଙ୍କର ପ୍ରିୟ ଖେଳାଳୀମାନଙ୍କୁ ଉତ୍ସାହିତ କରିବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଥିଲୋ
କ୍ରୀଡ଼ା ଓ ଯୁବ ସେବା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ କହିଲେ ଯେ  ଟେବୁଲ ଟେନିସ୍ ଏକ ପ୍ରମୁଖ ଲୋକ ପି୍ରୟ କ୍ରୀଡ଼ାା ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା  ୨୧ତମ କମନେଓ୍ୱଲ୍ଥ ଟେବୁଲ ଟେନିସ୍ ଚାମ୍ପିଅନସିପର ସ୍ୱନାମଧନ୍ୟ  ଖୋଳାଳୀମାନଙ୍କ କ୍ରୀଡ଼ାନୈପୁଣ୍ୟ ଦେଖୀବାକୁ ମିଳିବା ଅନ୍ଲାଇନ୍ ଟିକଟବିକ୍ରି ଯୋଗୁ ଖେଳ ଦେଖୀବାକୁ ଚାହୁଁଥିବା କ୍ରୀଡ଼ାେ ପ୍ରମୀମାନେ ସହଜରେ ଟିକଟ କ୍ରୟ କରି ପାରିବୋ
ଏହି ଚାମ୍ପିଅନସିପରେ ଅଷ୍ଟ୍ରେଲିଆ,ବାଙ୍ଗଲାଦେଶ, ସାଇ ପ୍ରସ୍, ଇଂଲଣ୍ଡ, ଘାନା, ଗୁଆନା, ଭାରତ, ମାଲେସିଆ, ନାଇଜେରିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଙ୍ଗା ପୁର, ଦକ୍ଷିଣ ଆଫି୍ରକା, ଶ୍ରୀଲଙ୍କା, ଉଗାଣ୍ଡା, ବେଲସ  ଆଦି ୧୬ ଦେଶର ଖୋଳାଳୀ ଅଂଶଗ୍ରହଣ କରିବୋ ୧୭ ତାରିଖରେ ଉଦ୍ଘାଟନୀ ଉତ୍ସବ ଏବଂ୨୨ ତାରିଖ ଉଦ୍ଯାପନୀ  ସମାରୋହ ଅନୁଷ୍ଠିତ ହେବ |

Leave A Reply

Your email address will not be published.