ତା ୦୩.୧୧.୨୦୨୬, ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧକ୍ଷ ଶ୍ରୀ ପ୍ରଦ୍ଯୁମ୍ନ କୁମାର ନାୟକଙ୍କ ନିର୍ଦ୍ଧେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ ତମ ଜୟନ୍ତୀ ଅବସରରେ ଏକତା ଦିବସ ପାଳନ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏକତା ଓ ସୁରକ୍ଷାର ଶପଥ ପାଠ କରାଇଥିଲେ । ଛାତ୍ରଛାତ୍ରୀମାନେ ଏକତ୍ର ହୋଇ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ । ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ ରଖିବା ପାଇଁ ନିଜକୁ ସମର୍ପିତ କରିବା ନିମନ୍ତେ ସଚିବ ଶପଥ ପାଠ କରାଇଥିଲେ । ଏହା ସହ “ସୁରକ୍ଷିତ ବଚପନ୍” ଅଭିଯାନ ଅନୁଯାଇ ଛାତ୍ରଛାତ୍ରୀମାନଙ୍କୁ ପୋକସୋ ଆଇନ ବିଷୟରେ ମଧ୍ୟ ସଚିବ ବୁଝାଇଥିଲେ ।
Sign in
Sign in
Recover your password.
A password will be e-mailed to you.