ଝାରସୁଗୁଡା 3/11 : ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ ଅନ୍ତର୍ଗତ ଏକ ବୁଦ୍ଧିଜୀବୀ ସମ୍ମିଳନୀ ସରବାହାଲ ସ୍ଥିତ ଏକ ଘରୋଇ ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି I ଏହି ସମ୍ମିଳନୀ ରେ ମୁଖ୍ୟଅତିଥି ଭାବେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ I ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ସୁନୀଲ ପଣ୍ଡା, ବରିଷ୍ଠ ନାଗରିକ ସଙ୍ଘ ର ସଭାପତି ବାଳଗୋବିନ୍ଦ ମିଶ୍ର, ସୀତାରାମ ବିର୍ତିଆ, ପୁରୁଷୋତ୍ତମ ତିବ୍ରିୱାଲ, ବିଜେପି ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା, ଚନ୍ଦନ ନିଖଣ୍ଡିଆ, ରାମତୁଳା ମୁନ୍ଦ୍ରା ପ୍ରମୁଖ ଯୋଗଦେଇଥିଲେ I ମଞ୍ଚରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପୂର୍ବରୁ ଭାଷରେ ଶାଳୀନତା ଥିଲା I ମାତ୍ର ବର୍ତମାନ ଜେନଜି ନାମରେ ଏଵେ ପ୍ରଧାନମନ୍ତ୍ରୀଙ୍କୁ ଗାଳିଗୁଲଜ କରୁଛନ୍ତି I ଜେନଜି ନାମରେ ଯୁବଗୋଷ୍ଠୀଙ୍କୁ ହାତେଇ ଆନ୍ଦୋଳନ କରିବା ସହ ଦେଶକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି I ସେହିପରି ବିରୋଧୀ ଦଳ ପକ୍ଷରୁ
ଝାରସୁଗୁଡାରେ ଏସ ଆଇ ଆର ନାମରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛିI ଦୀର୍ଘ 8 ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ତେବେ ଝାରସୁଗୁଡ଼ାରେ ବିରୋଧୀ ଦଳ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହୋଟେଲ ନାଚ ଗୀତ କରିବା ଏବଂ ତାଙ୍କୁ ପ୍ରଲୋଭନ ଦେଖାଇଵା ଭଳି କାର୍ଯ୍ୟ କୁ କଣ ଗଣତନ୍ତ୍ର କୁହାଯିବ I ତେଣୁ ବିରୋଧୀ ଦଳ ର ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କୁ ସମାଜ କେବେ ଗ୍ରହଣ କରିବ ନାହିଁ I ଏଣୁ ଗଣତନ୍ତ୍ରକୁ ଆମେ କେମିତି ବଂଚେଇ ରଖିବା ଏହା ଆମ ସମସ୍ତଙ୍କର କର୍ତଵ୍ୟ ହେବା ଦରକାର I ଆଗାମୀ ଦିନରେ ଦେଶର ବୁଦ୍ଧିଜୀବୀ ଏହାର ନିର୍ଣ୍ଣୟ ନିଶ୍ଚୟ କରିବେ ବୋଲି ବିଧାୟକ ଟଙ୍କଧର ତ୍ରିପାଥୀ ମତପ୍ରକାଶ କରିଥିଲେ I ମୁଖ୍ୟବକ୍ତା ଭାବେ ଶ୍ରୀ ସାହୁ ତାଙ୍କ ଅଭିଭାଷଣରେ ବର୍ତମାନ ଦେଶ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି I କିଛି ବିଦେଶୀ ଶକ୍ତି ଦେଶର ପ୍ରଗତିକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି I ବିଗତ ଦିନରେ କିଛି ନିର୍ଦ୍ଧିଷ୍ଟ ଯୁବଗୋଷ୍ଠୀ ଭାରତରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି I ଲୋକଙ୍କ ଆଗରେ ମିଥ୍ୟା ଓ ଭ୍ରମାତ୍ମକ ଖବର ପ୍ରଚାର କରି ଯୁବଗୋଷ୍ଠୀଙ୍କୁ ଭଡକାଉଛନ୍ତି I ଏପରିକି ଦେଶର ଅର୍ଥନୀତି କୁ ବରବାଦ କରିବା ପାଇଁ ବିଦେଶୀ ଶକ୍ତି ଭାରତ ର ଯୁବଗୋଷ୍ଠୀଙ୍କୁ ହାତ କରି ଆନ୍ଦୋଳନ କରୁଛନ୍ତି I ଦୀର୍ଘ 12 ବର୍ଷ ଧରି ଭାରତର ବୈଦେଶିକ ନୀତି ଯୋଗୁଁ ବହୁ ଦେଶ ସହିତ ଉତ୍ତମ ସମ୍ପର୍କ ରହିଛି I ଏହି ସମ୍ପର୍କ ପାଇଁ ଆଜି ଦେଶ ଆର୍ଥିକ ପ୍ରଗତି କରୁଛି I ଯାହାକୁ ବିରୋଧୀ ଦଳ ସହ୍ୟ କରିପାରୁନାହାନ୍ତି I କେତେବେଳେ ଭୋଟ ଚୋରି ନାମରେ ତ କେତେବେଳେ ଏସଆଇଆର ନାମରେ ଆନ୍ଦୋଳନ କରି ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି I ଏହାସହ ବିଦେଶୀ ପାଣ୍ଠି ସହାୟତା ରେ ଦେଶର ଗଣତନ୍ତ୍ର କୁ ମଳିନ କରୁଛନ୍ତି ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି I ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନିତ ଅତିଥିଗଣ ଗଣତନ୍ତ୍ର ବଞ୍ଚାଅ ଉପରେ ନିଜର ମତ ଉପସ୍ଥାପନା କରିଥିଲେ I ଏହି କାର୍ଯ୍ୟକ୍ରମ କୁ ସାମ୍ବାଦିକ ସଞ୍ଜୟ ଲୋଧା ମଞ୍ଚ ପରିଚାଳନା କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post