ଚାପିଦେଲା ୧୪ ଚକିଆ, ଚାଲିଗଲା ମହିଳାଙ୍କ ପ୍ରାଣ : ଡ୍ରାଇଭର ଫେରାର

0

ବଡ଼ବିଲ (ଶାସକ ପ୍ରଶାସକ)  ଭଦ୍ରାସାହି ନିକଟସ୍ଥ ଟଂଟୋ  ଠାରେ ଆଜି ଏକ ୧୪ ଚକିଆ ଟ୍ରକ ଚାପାରେ ଜଣେ ମହିଳାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ ଟା ସମୟରେ ଟଂଟୋ ମାଝୀସାହି ଅଞ୍ଚଳର ଶୁକମତି ସାହୁଙ୍କ ଉପରେ ଓଡ଼ି ୦୯ କେ ୨୧୭୯ ନଂ ବିଶିଷ୍ଟ ଟ୍ରକ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶୁକମତିଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଘଟଣାସ୍ଥଳରେ ପହଂଚି ମୃତ୍ୟଦେହକୁ ପୋଷ୍ଟମଟମ ନିମନ୍ତେ ପଠାଇଥିଲେ।   ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।

Leave A Reply

Your email address will not be published.