ଫେସବୁକ ଫୋଟୋ ଅପଲୋଡ଼କୁ ନେଇ ପିୟୁଷୀ ଝିଆରୀ କାମୁଡକାମୁଡି-ବାଡ଼ିଆବାଡି

0

୧୪ଜଣଙ୍କ ନାମରେ ମାମଲା ରୁଜୁ , ଜଣେ ଗିରଫ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର ) : ସୋସିଆଲ ମିଡିଆରେ ଫୋଟୋ ଅପଲୋଡ଼ | ତାକୁ ନେଇ ଗଣ୍ଡଗୋଳ | ଗାଲ କାମୁଡା କାମୁଡି | ମାମଲା ଥାନାରେ | ଏତଲା ଆଉ କାଉଣ୍ଟର ରତଳା | ୧୪ଜଣଙ୍କନାଁରେ ମାମଲା ଆଉ ଜଣେ ଏବେ ବିଚାରବିଭାଗୀୟ ହାଜତରେ | ସବୁଠୁ ରୋଚକ କଥା ହେଉଛି ସମସ୍ତେ ସମ୍ପର୍କୀୟ, କେହି ବାହାର ଲୋକ ନୁହଁ |
 ଓଡଗାଁ ଥାନା କୁରାଳ ଫାଣ୍ଡି ଅନ୍ତର୍ଗତ ହନୁମନ୍ତିଆ ଗାଁର ଫେସବୁକ୍(ସୋସିଆଲ ମିଡିଆ)ରେ ଫଟୋ ଅପଲୋଡ ଘଟଣାକୁ ନେଇ ନଣଦ ଭାଉଜ ଓ ପିୟୁଷୀ, ଝିଆରୀ, ପୁତୁରା ମଧ୍ୟରେ ଗଣ୍ଡଗୋଳ କାରଣରୁ ଉଭୟ ପକ୍ଷର ମହିଳା ଓ ପୁରୁଷ ମିଶି  ୧୪ ଜଣଙ୍କ ନାମରେ ପୃଥକ ଭାବେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ସେମାନଙ୍କ ମଧ୍ୟରୁ ଜଣକୁ ଗିରଫକରି ଆଜି କୋର୍ଟଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଜଣକ ହନୁମନ୍ତିଆ ଗ୍ରାମର ବିଜୟ ନାୟକ(୫୫) । ଓଡଗାଁ ଥାନା ମାମଲା ନମ୍ବର ୧୦୯/୧୯ କୁନି ଜେନାଙ୍କ ଅଭିଯୋଗ ଅନୁସାରେ ନଣନ୍ଦ ସୂର୍ଯ୍ୟକାନ୍ତୀ ଜେନା ନିଜେ ନିଜର ଫଟୋ ପେସବୁକରେ  ଅପଲୋଡ୍ କରି ମୋ ପିଲାମାନେ ତାଙ୍କ ଫଟୋକୁ ଅପଲୋଡ କରିଥିବା ଦର୍ଶାଇ ୯ ତାରିଖ ଦିନ ୧୨ ଟା ବେଳେ ନଣନ୍ଦ ସୂର୍ଯ୍ୟକାନ୍ତୀ ଜେନା ଅନ୍ୟମାନଙ୍କ ସହିତ ମୋ ଘରକୁ ଆସି ଆମ ପରିବାରକୁୁ ମାରପିଟ୍ କରି ଆହତ କରିଥିଲେ |  ମୋ ଗାଲକୁ ଚୋବାଇ ଖଣ୍ଡିଆ କରିଥିଲେ । ଆମେ ଏହାର ପ୍ରତିରୋଧ କରିବାକୁ ଚେଷ୍ଟା ମଧ୍ୟ କରିଥିଲୁ । ଅନ୍ୟ ପକ୍ଷରେ କୁନି ଜେନାଙ୍କ ପରିବାର ଏହି ସମୟରେ ସୂର୍ଯ୍ୟକାନ୍ତୀ ଜେନା ଏବଂ ତାଙ୍କ ପରିବାର ବର୍ଗକୁ ବାଡିଆ ପିଟା କରିଥିଲେ ଏବଂ କୁନି ଜେନା ସୁର୍ଯ୍ୟକାନ୍ତୀଙ୍କ ହାତ ପାପୁଲିକୁ କାମୁଡି ଦେଇଥିଲେ ବୋଲି ସୁର୍ଯ୍ୟକାନ୍ତୀ ଅନୁରୁପ ଭାବେ ଏକ ଅଭିଯୋଗ କରିଥିଲେ । କୁନି ଜେନାଙ୍କ ଅଭିଯୋଗ ଅନୁସାରେ ୮ ଜଣ ଏବଂ ସୂର୍ଯ୍ୟକାନ୍ତୀଙ୍କ ଅଭିଯୋଗ ଅନୁସାରେ ୬ ଜଣଙ୍କ ନାମରେ ଓଡଗାଁ ପୋଲିସ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି ।

            

       

              

Leave A Reply

Your email address will not be published.