ଭଦ୍ରକ : ଜିଲ୍ଲା ସ୍ତରୀୟ ଲୋକକଳା ଦିବସ ପାଳିତ

0

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ଲୋକକଳାକୁ ଉଜ୍ଜୀବିତ କରି ରଖିବା ତଥା ଏ ପ୍ରକାର ସମୃଦ୍ଧ ଲୋକକଳାକୁ ସବୁଦିନ ମନେ ରଖବା ପାଇଁ ଜୁନ ୧୪ ତାରିଖକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକକଳା ଦିବସ ଭାବେ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ଲୋକକଳା ଦିବସ ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କଳାକାରମାନଙ୍କ ଏକ ଶୋଭଯାତ୍ରା ବାହାରିଥିଲା । ଏହାକୁ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ପତାକା ହଲାଇ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରାରେ ୭ଟି ବ୍ଲକର କଳା ସଂସ୍କୃତି ସଂଘ ଓ ଗୋଟିଏ ନଗର କଳା ସଂସ୍କୃତିର କଳାକାରମାନେ ଭାଗ ନେଇଥିଲେ । ଏଥିରେ କଳାକାର ତଥା ନଗର କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକ, ତ୍ରିଲୋଚନ ପଣ୍ଡା, ପ୍ରଶାନ୍ତ ବେହେରା, ନରେନ୍ଦ୍ର ପରିଡା, ଗଣେଶ ପ୍ରସାଦ ଦାସ ପ୍ରମୁଖ ଲୋକକଳା ପାଲା, ଦାସକାଠିଆ, ସଂକୀର୍ତ୍ତନ, ଢୋଲମହୁରୀ, ଢୋଲକ ବାଦ୍ୟକାର ଓ ଳକତାରା ଦଳ ଗୁଡିକ ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ସହର ପରିକ୍ରମା କରିବା ପରେ ସଂସ୍କୃତି ଭବନରେ ପହଞ୍ଚିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ମୁଖ୍ୟଅତିଥି, ଭଣ୍ଡାରିପୋଖରୀ ବିଡିଓ ବନମାଳୀ ତରାଇ ମୁଖ୍ୟବକ୍ତା, ବସୁସାହିତ୍ୟ ଗବେଷକ ଦାମୋଦର ଦାସ, ବିଡିଓ ଶ୍ୟାମସୁନ୍ଦର ଟୁଡୁ ସମ୍ମାନିତ ବକ୍ତା, ଲୋକ ସଂସ୍କୃତି ଗବେଷକ ସୁବାସ ଚନ୍ଦ୍ର ମଳ୍ଲିକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଲୋକକଳାର ସ୍ଥିତି, ଏହାର ଉନ୍ନତି ଓ ସରକାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ସହକାରୀ ଜିଲ୍ଲାପାଳ ସୌମ୍ୟଶ୍ରୀ ପାଣିଗ୍ରାହୀ ସମସ୍ତ କଳାକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ  କିରାଣୀ ତାପସ କୁମାର ନାୟକ, ଅଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ । 

Leave A Reply

Your email address will not be published.