ଡାକ୍ତର ଅଶୋକ ମହାପାତ୍ରଙ୍କ ବିୟୋଗରେ ଓଡ଼ିଶା ଜଣେ ସୁଦକ୍ଷ ଚିକିତ୍ସକଙ୍କୁ ହରାଇଲା – ଧର୍ମେନ୍ଦ୍ର ପ୍ରଧାନ
• ତାଙ୍କର ଦୀର୍ଘଦିନର ଡାକ୍ତରୀ ସେବା ଗରିବ ଲୋକଙ୍କ ପାଇଁ ସମର୍ପିତ ଥିଲା
ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୦୨, ୨୦୨୬ – ଦେଶର ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ପଦ୍ମଶ୍ରୀ ସମ୍ମାନିତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଡା. ଅଶୋକ କୁମାର ମହାପାତ୍ର ଦେଶର ଜଣେ ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ଦେଶ-ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଦୀର୍ଘଦିନର ଡାକ୍ତରୀ ସେବା ଗରିବ ଲୋକଙ୍କ ପାଇଁ ସମର୍ପିତ ଥିଲା । ଦିଲ୍ଲୀ ଏମ୍ସ ଏବଂ ଭୁବନେଶ୍ୱର ଏମ୍ସ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ତାଙ୍କର ଅବଦାନ ଅତୁଳନୀୟ । ସେ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରକୁ ଏକ ନୂଆ ଦିଗଦର୍ଶନ ଦେଇଥିଲେ । ତାଙ୍କର ବିୟୋଗରେ ଓଡ଼ିଶା ଜଣେ ସୁଦକ୍ଷ ଚିକିତ୍ସକଙ୍କୁ ହରାଇଲା ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଡା. ମହାପାତ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି ।