ଆସିକା ସହରାଞ୍ଚଳରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ

17

  • ଦକ୍ଷିଣ ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୬,୫୦୦ କର୍ମଚାରୀ ନିୟୋଜିତ

ବ୍ରହ୍ମପୁର, ନଭେମ୍ବର ୨୦୨୬: ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଆସିକା ସହରାଞ୍ଚଳରେ ସୃଷ୍ଟି ହୋଇଥିବା ଭୟାବହ ବନ୍ୟା ପରିସ୍ଥିତି ପରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଛି। କଠିନ ପରିସ୍ଥିତି ସତ୍ତ୍ୱେ ବିଦ୍ୟୁତ୍ ବିତରଣ ଭିତ୍ତିଭୂମିର ମରାମତି ଏବଂ ଯୋଗାଣ ପୁନରୁଦ୍ଧାର ପାଇଁ ଟିପିଏସ୍‌ଓଡିଏଲ୍‌ର ଟିମ୍‌ଗୁଡ଼ିକ ନିରନ୍ତର କାର୍ଯ୍ୟ କରିଥିଲେ।

ବନ୍ୟା ଯୋଗୁଁ ଆସିକାର ବିଭିନ୍ନ ଅଞ୍ଚଳ, ବଜାର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଜଳମଗ୍ନ ହୋଇଥିଲା। ଅନେକ ସ୍ଥାନରେ ଜଳବନ୍ଦୀ, କାଦୁଅ ଓ ଆବର୍ଜନା ଜମି ରହିବା ସହ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ସୁରକ୍ଷା ନିୟମାବଳୀକୁ ଅନୁସରଣ କରି ମରାମତି ଓ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି।

ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ପ୍ରାୟ ୬,୫୦୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ବରିଷ୍ଠ ଅଧିକାରୀ, ଇଞ୍ଜିନିୟର, କର୍ମଚାରୀଙ୍କ ସମେତ ପ୍ରକଳ୍ପ କର୍ମଚାରୀ ସାମିଲ ଅଛନ୍ତି।

ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ ୪୦୦ଟି ଯାନବାହନ, ୬ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍‌ଷ୍ଟେସନ୍ ଏବଂ ୧୬ଟି ଟ୍ରାଞ୍ଜିଟ୍ ଷ୍ଟୋର୍ ନିୟୋଜିତ କରାଯାଇଛି। ଏହାଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକରେ କର୍ମଚାରୀ, ଯନ୍ତ୍ରପାତି ଓ ଆବଶ୍ୟକ ସାମଗ୍ରୀ ପହଞ୍ଚା ଯାଉଛି। ବିଭିନ୍ନ ଅଞ୍ଚଳର ଟିମ୍‌ଗୁଡ଼ିକ କ୍ଷୟକ୍ଷତିର ଆକଳନ, ଭିତ୍ତିଭୂମିର ମରାମତି ଏବଂ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାରେ ନିୟୋଜିତ ରହିଥିଲେ।

ବିଦ୍ୟୁତ ଯୋଗାଣକୁ ନିର୍ଭରଯୋଗ୍ୟ ରଖିବା ସହ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟାରେ ଜନସାଧାରଣଙ୍କୁ ସହଯୋଗ ଯୋଗାଇବା ପାଇଁ ଟିପିଏସ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି।

Leave A Reply

Your email address will not be published.