ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

0

କଳାହାଣ୍ଡି/ତୁଳମଣି ନାଗ: ଧର୍ମଗଡ ନିର୍ବାଚନୀ କ୍ଷେତ୍ରର ନବ ନିର୍ବାଚିତ ବିଧାୟକ ମହଷୋଧି ବାଗଙ୍କୁ ଧର୍ମଗଡ ଉପଖଣ୍ଡ ଯାଦବ ସମାଜ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି । କୋକସରା ଧାନମଣ୍ଡି ପଡିଆରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହର ଅଧ୍ୟକ୍ଷତା  କରିଥିଲେ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ । ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମାରୋହରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗ ରାଜ୍ୟ ସାଧାରଣ ସମ୍ପାଦକ ବିଜୁଜନତା ଦଳ ବଳରାମ ସିଂ ୟାଦବ , ଉତ୍କଳ ଯାଦବ ମହାସଭା ସଂପାଦକ ଧନେଶ୍ବର ଭାଟି, ଜିଲ୍ଲା ସାଧାରଣ ସଂପାଦକ ସଂଜୟ ଧଙ୍ଗଡାମାଝୀ, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, କୋକସରା ବ୍ଲକ ସଭାପତି ବିନୋଦ ରାଉତ, ଧର୍ମଗଡ ବ୍ଲକ ସଭାପତି ଶଙ୍କର ଯୁଏଡ, କଲମପୁର ବ୍ଲକ ସଭାପତି କୃଷ୍ଣସିଂ ଲହଜଲ,କୋକସରା ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗିନୀ ହଂସ, ମୂଷାପାଲି ସରପଞ୍ଚ ରଶ୍ମୀରେଖା ରାଉତ, ଜିଲ୍ଲା ଯୁବ ଯାଦବ ମହାସଭା ସଂପାଦକ ଲିଙ୍ଗରାଜ ବେହେରା, ଧର୍ମଗଡ ଯୁବ ଯାଦବ ମହାସଭା ସଭାପତି ଲବଣି ରାଉତଙ୍କ ସହ ଅନେକ ମାନ୍ୟଗଣ୍ୟ ଯାଦବ ନେତୃତ୍ବ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ମାନ୍ୟବର ବିଧାୟକ ମହଷୋଧୀ ବାଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.